ଅପରାଧ

ନିଶା ଦେଇ ଦୁଷ୍କର୍ମ; ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ – Kalinga News

[ad_1]

ଅଗ୍ନିଶମ ଏଏସ୍‌ଆଇଙ୍କ ଯୌନ କେଳେଙ୍କାରୀ

କଟକ: କଟକ କେନ୍ଦ୍ରାଞ୍ଚଳ ଅଗ୍ନିଶମ ବିଭାଗରେ ଜଣେ ମେକାନିକ୍ ମେଜର୍(ଏଏସଆଇ ପାହ୍ୟା)ଙ୍କ ଯୌନ କେଳେଙ୍କାରୀ ସାମନାକୁ ଆସିଛି। ପାନୀୟରେ ଜଣେ ବିବାହିତ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଦୁଷ୍କର୍ମର ଭିଡିଓ ଦେଖାଇ ବ୍ଲାକମେଲ୍ କରିବା ସହିତ ୩ ବର୍ଷ ହେବ ବାରମ୍ବାର ଦୁଷ୍କର୍ମ କରିଆସୁଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ନେହାଂଶୁ ଶେଖର ଦାସଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସ୍ନେହାଂଶୁ କଟକରେ ଚାକିରି କରିଛନ୍ତି। ସେ ବିବାହିତ। ମଣିସାହୁ ଛକରେ ଥିବା ଏକ ଘରେ ହର୍ବାଲ ଲାଇଫର ବିଭିନ୍ନ ସାମଗ୍ରୀ ବି ବିକ୍ରି କରନ୍ତି। ତେବେ ୨୦୨୦ରେ ଚୌଦ୍ବାର ଅଞ୍ଚଳର ଜଣେ ୩୭ ବର୍ଷୀୟା ବିବାହିତ ମହିଳା ତାଙ୍କ ନିକଟକୁ ହର୍ବାଲ ସାମଗ୍ରୀ କିଣିବାକୁ ଆସିଥିଲେ। ଏହି ସମୟରେ ସେ ତାଙ୍କୁ ସେଥିରେ ନିଶା ଦେଇ ଅଚେତ କରିବା ପରେ ଦୁଷ୍କର୍ମ କରିଥିଲେ। ଏହାର ଭିଡିଓ ନିଜ ମୋବାଇଲରେ ରେକର୍ଡ କରିଥିଲେ। ପରେ ଏହି ଭିଡିଓ ଦେଖାଇ ମହିଳାଙ୍କୁ ଧମକ ଦେଇଥିଲେ। ଯୌନ ସମ୍ପର୍କ ନରଖିଲେ ଏହାକୁ ଭାଇରାଲ୍ କରିଦେବାକୁ ଧମକ ଦେବାରୁ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ।

ସେବେଠାରୁ ମହିଳା ଜଣକ ଦୁର୍ବୃତ୍ତ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଗଲା ଜାନୁଆରିରେ ମହିଳା ଜଣକ ଅତିଷ୍ଠ ହୋଇ ଏ ସଂକ୍ରାନ୍ତରେ ମହିଳା ଥାନାରେ ଏତଲା ଦେଇଥିଲେ। ଥାନାରେ ପୁଲିସ ମାମଲା ରୁଜୁ କରିବା ପରେ ସେ ଫେରାର ହୋଇଯାଇଥିଲେ। ଏହାରି ଭିତରେ ତାଙ୍କୁ କଟକ କେନ୍ଦ୍ରାଞ୍ଚଳ କାର୍ଯ୍ୟାଳୟରୁ ପଦୋନ୍ନତି ପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅଗ୍ନିଶମ ରେଞ୍ଜକୁ ବଦଳି କରାଯାଇଥିଲା। ବ୍ରହ୍ମପୁରରେ ସେ କାର୍ଯ୍ୟରେ ଯୋଗ ଦେବା ବଦଳରେ ଫେରାର ହୋଇଯାଇଥିଲେ। ଶେଷରେ ପୁଲିସ ତାକୁ ଗିରଫ କରିଛି। ମହିଳାଙ୍କ ଏହି ଦୁଷ୍କର୍ମ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ପୁଲିସ ଏହାକୁ ତଦନ୍ତ ପରିସରଭୁକ୍ତ କରିଥିବା ମହିଳା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button