‘ବିଜେପିରେ ଯୋଗ ଦିଅ ନଚେତ୍ ଜେଲ୍ ଯିବ’ ବୟାନ: ଆପ୍ର ଆତିଶୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍ – Kalinga News

[ad_1]
ନୂଆଦିଲ୍ଲୀ: ବିଜେପିରେ ଯୋଗ ଦିଅ ନଚେତ୍ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଜେପି ଧମକ ଦେଇଥିବା ନେଇ ଅଭିଯୋଗ ଆଣିଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ନିର୍ବାଚନ ଆୟୋଗ ନୋଟିସ୍ ଜାରି କରିଛନ୍ତି। ସୋମବାର (ଏପ୍ରିଲ ୮) ମଧ୍ୟାହ୍ନ ୧୨ଟା ସୁଦ୍ଧା ତାଙ୍କଠାରୁ ଜବାବ ମାଗିଛନ୍ତି ନିର୍ବାଚନ କମିସନ।
ଏପ୍ରିଲ ୨ ତାରିଖରେ ଆତିଶୀ କହିଥିଲେ ଯେ ତାଙ୍କ ସମେତ ଆମ୍ ଆଦମୀ ପାର୍ଟି (ଆପ୍)ର ୪ ଜଣ ବରିଷ୍ଠ ନେତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ଏବଂ ବିଜେପି ତାଙ୍କ ଦଳରେ ଯୋଗ ଦେବା ପାଇଁ ଜଣେ ଅତି ଘନିଷ୍ଠ ବ୍ୟକ୍ତିଙ୍କ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲା। ବିଜେପିରେ ଯୋଗ ନ ଦେଲେ ଏକ ମାସ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ ଯିବା ପାଇଁ ପ୍ରସ୍ତୁତ ରହିବାକୁ ବିଜେପି ଧମକ ଦେଇଥିଲା ବୋଲି ଆତିଶୀ ଅଭିଯୋଗ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ ଦାବି କରିଥିଲେ ଯେ ତାଙ୍କୁ ଏବଂ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ, ବିଧାୟକ ଦୁର୍ଗେଶ ପାଠକ ଓ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଗିରଫ କରାଯିବ। ଏହାର ଗୋଟିଏ ଦିନ ପରେ ବିଜେପି ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଥିଲା। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଦାବି କରିଥିଲେ ଯେ ଆତିଶୀ ମିଛ କହୁଛନ୍ତି। ଆପ୍ ଅଭିଯୋଗ କରିଛି ଯେ ବିଜେପି ଦିଲ୍ଲୀରେ ନିଜ ବିଧାୟକଙ୍କୁ ଛଡ଼ାଇ ନେଇ ଦଳ ଭାଙ୍ଗି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଛି। ଆପ୍ର କିରାରୀ ବିଧାୟକ ଋତୁରାଜ ଝା ଦାବି କରିଛନ୍ତି ଯେ ତାଙ୍କୁ ବିଜେପିରେ ଯୋଗ ଦେବା ପାଇଁ ୨୫ କୋଟି ଟଙ୍କା ଯଚାଯାଇଥିଲା। ଅନ୍ୟପକ୍ଷରେ ଆପ୍ ନେତାମାନେ ଡାହା ମିଛ କହି ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ଦିଲ୍ଲୀ ବିଜେପି ପକ୍ଷରୁ କୁହାଯାଇଛି।
[ad_2]