ଅପରାଧ

ଗୋଚାଲାଣ କରୁଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ୧୩ ଗୋରୁ ମୃତ – Kalinga News

[ad_1]

ସୋନପୁର: ସୋନପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ବିଶିମୁଣ୍ଡା କର୍ଲାଖମନ ଛକରେ ଏକ ଗୋଚାଲାଣ କରୁଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୧୩ଟି ଗୋରୁଙ୍କର ପ୍ରାଣହାନି ଘଟିଛି। ଏହି ଟ୍ରକଟି ବୁର୍ଡାରୁ ସୋନପୁର ଆଡ଼କୁ ଆସୁଥିଲେ। କିନ୍ତୁ ତା ପଛରେ ଥିବା ଏସ୍କଟ ଗାଡ଼ିରେ ଥିବା ଲୋକେ ଅନ୍ୟ ଏକ ଟ୍ରକରେ ଅବଶିଷ୍ଟ ଜୀବନ୍ତ ଗୋରୁଙ୍କୁ ନେଇ ପଳାଇଥିଲେ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ବାଟ ଦେଇ ପ୍ରତିଦିନ ଏଭଳି ଗୋଚାଲାଣ କରୁଥିବାି ଟ୍ରକ ଯାତାୟତ କରୁଥିବା ସତ୍ତ୍ବେ ପୁଲିସର ସେଥିପ୍ରତି ନିଘା ନାହିଁ। ଏପରିକି କେବେ କୌଣସି କାର୍ଯ୍ୟାନୁଷ୍ଠାନର ନଜିର ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button