ମନୋରଞ୍ଜନ

ଅସଲି ଦୁନିଆର ନକଲି ଇନ୍‌ଫ୍ଲୁଏନ୍‌ସର – Kalinga News

[ad_1]

ସାମାଜିକ ଗଣମାଧ୍ୟମରେ ଏବେ ଭର୍ଚୁଆଲ୍ ବା ନକଲି ଇନ୍‌ଫ୍ଲୁଏନ୍‌ସର୍‌ମାନଙ୍କ ଚହଳ। କମ୍ପ୍ୟୁଟର୍‌ ପ୍ରୋଗ୍ରାମ୍‌ରୁ ଜାତ ଏହି ମହିଳାମାନଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅସଲ ଦୁନିଆରେ ଏମାନଙ୍କର ଅସ୍ତିତ୍ବ ନ ଥିବା ସତ୍ତ୍ବେ ଏତେ ପ୍ରସିଦ୍ଧି କିପରି ଅର୍ଜନ କରୁଛନ୍ତି ତାହା ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିପାରେ। ତେବେ ଏହା ପଛରେ ଏକ ବଡ଼ ବ୍ୟବସାୟ ତନ୍ତ୍ରର ଭୂମିକା ରହିଛି। ଭାରତରେ ‘ନୈନା ଅବତାର’ ନାମ୍ନୀ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ୨୦୨୨ରେ ଡିଜିଟାଲ୍‌ ଦୁନିଆରେ ଏହାକୁ ପ୍ରଥମେ ଉନ୍ମୋଚିତ କରାଯାଇଥିଲା। ଜଣେ ସତସତିକା ଇନ୍‌ଫ୍ଲୁଏନ୍‌ସର୍ ପରି ଏହାର ସ୍ବତନ୍ତ୍ର ରୂପ ଓ ବ୍ୟକ୍ତିତ୍ବ ରହିଛି। ତା’ ବୟସ ୨୨ ବର୍ଷ ଏବଂ ସେ ଉତ୍ତର ପ୍ରଦେଶର ଝାନସୀରେ ଜନ୍ମିତ ବୋଲି ତା’ର ଇନ୍‌ଷ୍ଟାଗ୍ରାମ୍ ପରିଚିତିରେ ଉଲ୍ଲେଖ ରହିଛି। ଇତିମଧ୍ୟରେ ସେ ୧,୭୦,୦୦୦ ଅନୁଗାମୀ ହାସଲ କରିସାରିଲାଣି। ନୈନା ନିୟମିତ ଭାବେ ସ୍ବାସ୍ଥ୍ୟ ଓ ଫ୍ୟାସନ୍ ସମ୍ପର୍କିତ ଉପଦେଶ ପ୍ରଦାନ କରିଥାଏ। ସମୟ ସମୟରେ ସେ ଲୋକପ୍ରିୟ ଗୀତରେ ନୃତ୍ୟ କରି ରିଲ୍‌ ଛାଡ଼େ; ଫ୍ୟାସନ୍ ସୁଟ୍‌, ବୁଲାବୁଲି ଆଦିର ଫଟୋ ଓ ଭିଡିଓ ନିୟମିତ ପରିବେଷଣ କରେ। ନିକଟ ଭବିଷ୍ୟତରେ ନୈନା ‘ପଡ୍‌କାଷ୍ଟ’ ବା ରେଡିଓ ଆଲୋଚନା କାର୍ଯ୍ୟକ୍ରମ ଆରମ୍ଭ କରିବ, ଯେଉଁଥିରେ ବାସ୍ତବ ଦୁନିଆର ସେଲିବ୍ରିଟିମାନେ ଯୋଗ ଦେବେ। ନୈନାର ଲୋକପ୍ରିୟତାକୁ ଭିତ୍ତି କରି କେତେକ ବ୍ରାଣ୍ଡ୍‌ ତାକୁ ନିଜର ଉତ୍ପାଦର ବିଜ୍ଞାପନ କରାଇଲେଣି। ନୈନା ଏ ଭିତରେ ନାଇକା, ପୁମା ଓ ପେପ୍‌ସି ଭଳି କମ୍ପାନି ସହ କାମ କରିସାରିଲାଣି। ତେଣୁ ଆଗକୁ ଇନ୍‌ଫ୍ଲୁଏନ୍‌ସର୍‌ମାନଙ୍କ ସହିତ ଏହି ଡିଜିଟାଲ୍ ଇନ୍‌ଫ୍ଲୁଏନ୍‌ସର୍‌ମାନେ ପ୍ରତିଯୋଗିତା କରିବେ ବୋଲି ଅନୁମାନ କରାଯାଉଛି। ‘ଇନ୍‌ଫ୍ଲୁଏନ୍‌ସର୍ ମାର୍କେଟିଂ ଫ୍ୟାକ୍ଟ୍ରି’ ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁସାରେ ୫୮% ଅଂଶଗ୍ରହଣକାରୀ ଅନ୍ୟୂନ ଜଣେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍‌ସରଙ୍କୁ ସାମାଜିକ ଗଣମାଧ୍ୟମରେ ଫଲୋ କରନ୍ତି ବୋଲି ପ୍ରକାଶ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button