ମନୋରଞ୍ଜନ

ସ୍ଵାମୀ – ସ୍ତ୍ରୀ ମଧ୍ୟରେ କଳହ ହେବା ସାଧାରଣ କଥା ଅଟେ, କିନ୍ତୁ ଭୁଲ ଖୋଜିବାକୁ ଲାଗିବେ ତ ଝଗଡା କେବେ ବି ଶେଷ ହେବ ନାହିଁ, ପଢନ୍ତୁ ଏହି ରୋମାଞ୍ଚକର କଥା

ଗୋଟିଏ ଗ୍ରାମରେ ଦୁଇ ପରିବାର ଥିଲେ । ଯେଉଁମାନେ ଅଲଗା ଅଲଗା ଜିନିଷ ପାଇଁ ପୁରା ଗ୍ରାମରେ ପ୍ରସିଦ୍ଧ ଥିଲେ । ଗୋଟିଏ ଘରେ ଜଣେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁଦିନ ଝଗଡା ହେଉଥିଲା । ବେଳେ ବେଳେ ଝଗଡା ଏତେ ବଢି ଯାଉଥିଲା କି ଘରୁ ବାସନ ଫୋପାଡିବାର ଆବାଜ ବି ବାହାରକୁ ଆସୁଥିଲା । ଏହି ଝଗଡା ଦ୍ଵାରା କିଛି ଗ୍ରାମବାସୀମାନଙ୍କର ମନୋରଞ୍ଜନ ହେଉଥିଲା ତ କିଛି ଲୋକମାନେ ଚିଡି ଯାଉଥିଲେ ଅନ୍ୟ ପଟେ ତାଙ୍କ ପଡୋଶୀରେ

ଆଉ ଜଣେ ଦମ୍ପତି ରହୁଥିଲେ । ସେହି ଦମ୍ପତିଙ୍କ ମଧ୍ୟରେ ଝଗଡା ତ ଦୂର କଥା ସେହି ଘରୁ କୌଣସି ଆବାଜ ବି ଆସୁ ନଥିଲା ।

ସ୍ଵାମୀ – ସ୍ତ୍ରୀ କରୁଥିଲେ ଝଗଡା

ଥରେ ଝଗଡା କରୁଥିବା ମହିଳା ନିଜ ଘରୁ କିଛି ଜିନିଷ କିଣିବା ପାଇଁ ବାହାରକୁ ଆସିଲେ ତେବେ ଦେଖିଲେ କି ଲୋକମାନେ ତାଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା ହେଉ ନାହାନ୍ତି, କିନ୍ତୁ ତାଙ୍କ ପଡୋଶୀରେ ରହୁଥିବା ମହିଳାଙ୍କ ସହିତ ସମସ୍ତେ ପ୍ରେମର ସହିତ କଥାବାର୍ତ୍ତା କରୁଛନ୍ତି । ସେହି ମହିଳା ଜଣକ ଘରକୁ ଆସି ନିଜ ସ୍ଵାମୀ ଉପରେ ରାଗି ଯାଇ ପୁଣି ନିଜ ସ୍ଵାମଙ୍କ ସହିତ ଝଗଡା କରିବାକୁ ଲାଗିଲେ ।

ଏହା ପରେ ସ୍ତ୍ରୀ ଜଣକ ନିଜର ସ୍ଵାମୀଙ୍କୁ କହିଲେ କି ତୁମେ ଟିକେ ଦେଖି ଆସ କି ସେମାନେ ଦୁଇ ଜଣଙ୍କ ମଧ୍ୟରେ କାହିଁକି ଝଗଡା ହେଉ ନାହିଁ ।ଏହା ପରେ ସ୍ଵାମୀ ନିଜର ସ୍ତ୍ରୀ କଥା ମାନି ନିଜ ପଡୋଶୀଙ୍କ ଘର ଉପରେ ନଜର ରଖିଲେ । ଦିନେ ସେ ଝରକା ପଟରୁ ଦେଖିଲେ କି ସେହି ମହିଳା ଜଣକ ଘରେ ପୋଛା ମାରୁଥିଲା ବେଳେ କିଛି କାମ ମନେ ପଡିବାରୁ ସେ ସେଠି ପାଣି ବାଲ୍ଟିକୁ ଛାଡି ଚାଲିଗଲେ ।

ଏହି ପରିବାରରେ ଝଗଡା ହୋଇ ନଥାଏ

ଏହା ପରେ ସେହି ମହିଳାଙ୍କର ସ୍ଵାମୀ ଜାଣି ନ ପାରି ତାଙ୍କର ଗୋଡ ସେହି ପାଣି ବାଲ୍ଟିରେ ବାଜିବାରୁ ସେ ତଳେ ପଡି ଗଲେ । ଏହା ପରେ ପତ୍ନୀ ଜଣକ ତୁରନ୍ତ ଦଉଡି ଆସି କହିଲେ କି ମୋତେ କ୍ଷମା କରିବେ, ମୁଁ ଭୁଲରେ ଏଠି ପାଣି ବାଲ୍ଟି ଛାଡି ଦେଇଥିଲି । ଏହା ପରେ ସ୍ଵାମୀ ଜଣକ କହିଲେ କି ଭୁଲ ତୁମର ନୁହେଁ । ଭୁଲ ହେଉଛି ମୋର ମୁଁ ପାଣି ବାଲ୍ଟିକୁ ଦେଖି ନଥିଲି ।

ଦୁଇ ଜଣ ପରସ୍ପରକୁ କ୍ଷମା ମାଗିଲେ ଏବଂ ପରସ୍ପରକୁ ସାହାର୍ଯ୍ୟ କରି ଘର ସଫା କରିଲେ । ଏହା ପରେ ଝଗଡା କରୁଥିବା ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଆସି କହିଲେ କି – ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବାର ସ୍ଥିତି ତ ଉତ୍ପନ୍ନ ହେଲା କିନ୍ତୁ ସେମାନେ ଲଢିଲେ ନାହିଁ । ଦୁଇ ଜଣ ନିଜ ନିଜର ଭୂଲର କ୍ଷମା ମାଗିନେଲେ ଏବଂ ମିଶିକରି କାମ କରିଲେ ।

ଏହା ପରେ ସ୍ଵାମୀ ଜଣକ କହିଲେ କି ଆମ ଦୁଇ ଜଣଙ୍କର ଭୁଲ ଏହା ଅଟେ କି ଆମ ପରସ୍ପରଙ୍କର କଥାକୁ ଶୁଣିବାକୁ ହିଁ ଚାହୁଁନା । ଏହା ପରେ ସେହି ଝଗଡା କରୁଥିବା ସ୍ଵାମୀ ସ୍ତ୍ରୀ ବି ପରସ୍ପରକୁ କ୍ଷମା ମାଗିଲେ ।

ଆମକୁ ମଧ୍ୟ ନିଜ ଜୀବନରେ ଏହାକୁ ଆପଣାଇବା ଉଚିତ । ସମ୍ପର୍କ ସ୍ଵାମୀ – ସ୍ତ୍ରୀର ହେଉ କିମ୍ବା ଅନ୍ୟ କାହା ସହିତ, କ୍ଷମା ପ୍ରାର୍ଥନା କରି ଦେବା ଦ୍ଵାରା ମାମଲା ଶାନ୍ତ ହୋଇଯାଇଥାଏ ଏବଂ ପରିବାର ମଧ୍ୟରେ ଖୁସି ରହିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button