ମନୋରଞ୍ଜନ

ଫେବ୍ରୁଆରିରେ ଗୋଆରେ ବିବାହ କରିବେ ରକୁଲ-ଜ୍ୟାକି – Kalinga News

[ad_1]

‘ଦେ ଦେ ପ୍ୟାର୍‌ ଦେ’ ଫେମ୍‌ ରକୁଲ୍‌ ପ୍ରୀତ୍ ସିଂହଙ୍କ ବିବାହର ସାହାନାଇ ଆସନ୍ତା ଫେବ୍ରୁଆରିରେ ବାଜିବାକୁ ଯାଉଛି। ନିଜ ପୁରୁଷ ବନ୍ଧୁ ଅଭିନେତା ଓ ପ୍ରଯୋଜକ ଜ୍ୟାକି ଭାଗ୍‌ନାନିଙ୍କୁ ସେ ଆସନ୍ତା ଫେବ୍ରୁଆରି ୨୨ରେ ବିବାହ କରିବାକୁ ଯାଉଛନ୍ତି। ଗତ ୨ ତାରିଖ ଦିନ ରାତିରେ ଉଭୟ ନୂଆବର୍ଷ ପାଳନ କରିବା ପରେ  ମୁମ୍ବାଇ ଫେରିଥିଲେ। ଏହିସମୟରେ ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦର‌ରେ ଦେଖିବାକୁ ମିଳିଥିଲା। ଜ୍ୟାକି କଳା ରଙ୍ଗର ପରିପାଟୀରେ ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ରକୁଲଙ୍କୁ ଏକ ବ୍ୟାଗି ବ୍ଲୁ ଡେନିମ୍‌ ସହ ମିକି ମାଉସ୍‌ ପ୍ରିଣ୍ଟ୍‌ ଟି-ସର୍ଟ ସହ ବ୍ଲାକ୍‌ ଜ୍ୟାକେଟ୍‌ରେ ଦେଖିବାକୁ ମିଳିଥିଲେ।

ଏହାବାଦ୍‌ ଗତ ୨୫ ତାରିଖରେ ଜ୍ୟାକିଙ୍କ ଜନ୍ମଦିନ ଅବସରରେ ରକୁଲ୍‌ଙ୍କ ଜନ୍ମଦିନ ଶୁଭେଚ୍ଛା ବି ସ୍ବତନ୍ତ୍ର ଥିଲା। ସେ ନିଜ  ଶୁଭେଚ୍ଛା ବାର୍ତ୍ତାରେ ସବୁବେଳେ ଏକାଠି ରହିବା, ଦୁଃସାହସିକ କାର୍ଯ୍ୟ କରିବା, ବୁଲିବା ଓ ହସିବା ପ୍ରତିଟି ମୂହୂର୍ତ୍ତରେ ସାଙ୍ଗରେ ରହିବା ଭଳି ମୁହୂର୍ତ୍ତମାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ପ୍ରଶଂସକମାନଙ୍କ ବେଶ୍‌ ମନକୁ ଛୁଇଁଥିଲା।  କହି ରଖିଥାଉ କି, ୨୦୨୧ଠାରୁ ଉଭୟ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଛନ୍ତି। ନିଜର ବିବାହକୁ ନେଇ ଚର୍ଚ୍ଚା ସହିତ ରକୁଲ ନିଜର ଆଗାମୀ ଚଳଚ୍ଚିତ୍ର ‘ଆୟାଲ୍ଲାନ’କୁ ନେଇ ବି ଚର୍ଚ୍ଚାରେ ଅଛନ୍ତି।  ଏହା ହେଉଛି ତାମିଲ ଭାଷାରେ ନିର୍ମିତ ଏକ ସାଇ-ଫାଇ (ସାଇନ୍ସ -ଫିକ୍‌ସନ) ଚଳଚ୍ଚିତ୍ର।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button