ଅପରାଧ

ଏସ୍‌ଟିଏଫ୍‌ ଚଢ଼ଉ: ବାଘ ଛାଲ ଜବତ, ଜଣେ ଗିରଫ – Kalinga News

[ad_1]

ହରଭଙ୍ଗା: ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଗ୍ରାମରେ ଶନିବାର ସକାଳୁ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଗୋଟିଏ ବାଘଛାଲ ଜବତ କରିଛି। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ସୁଡ଼୍ରୁକୁମ୍ପା ଗ୍ରାମ ନୂଆସାହିର ଗୌତମ ବେହେରା (୫୫)କୁ ଏସ୍‌ଟିଏଫ୍‌ ଗିରଫ କରିଛି। ସୂଚନା ଅନୁସାରେ ସୁଡ଼୍ରୁକୁମ୍ପାର ଗୌତମ ବେହେରା ବାଘ ଛାଲ ରଖିଥିବା ନେଇ ଏସ୍‌ଟିଏଫ୍‌ ଟିମ୍‌ ବିଶେଷ ସୂତ୍ରରୁ ଖବର ପାଇଥିଲେ। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥରରେ ୨୫ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରି ଏସ୍‌ଟିଏଫ୍‌ ଟିମ୍‌ ଗୌତମକୁ ମାଡ଼ି ବସିଥିଲା। ଗୌତମ ପାଖରୁ ଏସ୍‌ଟିଏଫ୍‌ ଟିମ୍‌ ଗୋଟିଏ କଳରାପତରିଆ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏସ୍‌ଟିଏଫ୍‌ ତରଫରୁ ଏକ ମାମଲା ରୁଜୁ କରାଯାଇ ଗୌତମକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button