ସ୍କୁଲ୍ ବସ୍ ଦୁର୍ଘଟଣା ଘଟଣା: ହଟିଲେ ମଦ୍ୟପ ଗାଡ଼ି ଚାଳକ, ଥଣ୍ଡା ହେଲେ ଗ୍ରାମବାସୀ – Kalinga News
[ad_1]
ଚଣ୍ଡିଗଡ଼: ଗୁରୁବାର ଦିନ ହରିଆଣାର ମହେନ୍ଦ୍ରଗଡ ଜିଲ୍ଲାରେ ବସ୍ ଦୁର୍ଘଟଣାରେ ୬ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, କେତେକ ଗ୍ରାମବାସୀ ମଦ୍ୟପାନ କରିଥିବା ଡ୍ରାଇଭର ଧର୍ମେନ୍ଦ୍ରଙ୍କଠାରୁ ଚାବି ଛଡ଼ାଇ ନେଇ ଗାଡିଟିକୁ ଆଗକୁ ବଢ଼ିବାକୁ ନଦେଇ ଅଟକାଇଥିଲେ। ତେବେ ଧର୍ମେନ୍ଦ୍ରଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଡ୍ରାଇଭର୍ ଭାବେ ରଖାଗଲା ବୋଲି ସ୍କୁଲ କର୍ତ୍ତୃପକ୍ଷ ନିଶ୍ଚିତ ହେବା ପରେ ଯାଇ ସ୍ଥାନୀୟ ଲୋକ ଚାବି ହସ୍ତାନ୍ତର କରିଛନ୍ତି।
ପ୍ରଥମେ ଗ୍ରାମବାସୀଙ୍କୁ ଚାବି ଫେରାଇବାକୁ ଅନୁରୋଧ କରାଯାଇଥିଲା। କେବଳ ସେତିକି ନୁହେଁ, ଭବିଷ୍ୟତରେ ଏକ ନୂତନ ଡ୍ରାଇଭର ରଖିବାକୁ ବି ନିଶ୍ଚିତ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସକାଳେ ହରିଆଣାର ନର୍ନାଉଲରେ ଘଟିଯାଇଥିଲା ଏକ ଅଭାବନୀୟ ଘଟଣା। ଏକ ସ୍କୁଲ୍ ବସଟି ଦୁଘର୍ଟଣାର ସମ୍ମୁଖୀନ ହେବାରୁ ଅନେକଙ୍କ ଜୀବନ ଯାଇଛି। ଜାଣିବାକୁ ମିଳିଛି ଯେ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ଟି ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଜଣ ଆହତ ହୋଇଛନ୍ତି। ଇଦ୍-ଉଲ୍-ଫିତଲ ପାଇଁ ଚାରିଆଡ଼େ ଛୁଟି ଥିବା ବେଳେ ସେହି ସ୍କୁଲ୍ଟି କିନ୍ତୁ ଖୋଲା ଥିଲା। ସରକାରୀ ଦଲିଲଗୁଡିକ ଦର୍ଶାଉଛି ଯେ ବସର ଫିଟନେସ୍ ସାର୍ଟିଫିକେଟ୍ ଛଅ ବର୍ଷ ପୂର୍ବେ ୨୦୧୮ ତାରିଖରେ ଶେଷ ହୋଇଯାଇଥିଲା। ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲେ।
[ad_2]