ଅଯୋଧ୍ୟାରେ ଗିରଫ ୩ ସନ୍ଦିଗ୍ଧଙ୍କର ଖଲିସ୍ତାନୀ ଲିଙ୍କ୍ ରହିଛି: ୟୁପି ଏଟିଏସ୍ – Kalinga News

[ad_1]
ନୂଆଦିଲ୍ଲୀ: ଅଯୋଧ୍ୟାରେ ‘ପ୍ରାଣପ୍ରତିଷ୍ଠା’ ସମାରୋହର ତିନିଦିନ ପୂର୍ବରୁ ୟୁପି ଆଣ୍ଟି ଟେରର ସ୍କ୍ୱାଡ୍ (ଏଟିଏସ୍) ଗୁରୁବାର ଅଯୋଧ୍ୟାରେ ଗିରଫ ହୋଇଥିବା ୩ ଜଣ ସନ୍ଦିଗ୍ଧଙ୍କ ଖଲିସ୍ତାନୀ ଲିଙ୍କ୍ ଥିବା ଜାଣି ପାରିଛି। ଶୁକ୍ରବାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଲକ୍ଷ୍ନୌରେ କିଛି ଲୋକଙ୍କ ମୋବାଇଲ୍ ଫୋନରେ ଖଲିସ୍ତାନୀ ନେତାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭଏସ୍ ମେସେଜ୍ ପ୍ରସାରିତ ହେବା ପରେ ତିନିଜଣଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ରେକର୍ଡ ହୋଇଥିବା ଭଏସ୍ ମେସେଜ୍ଟି ପୁରୁଷ ସ୍ୱରରେ ଥିଲା। ଏହି ବାର୍ତ୍ତାରେ ଆମେରିକା ଓ କାନାଡାର ଦ୍ବିତୀୟ ନାଗରିକତା ରଖିଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବୋଲି ପରିଚୟ ଦେଇ ଜଣେ ଲୋକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମ୍ବୋଧିତ କରି କହିଛି ଯେ ପଞ୍ଜାବକୁ ଭାରତରୁ ଅଲଗା କରିବାକୁ ଚାହୁଥିବା ଆମେରିକାର ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) ଜାନୁଆରି ୨୨ରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିବାକୁ ଯାଉଛି ଏବଂ ରାମମନ୍ଦିର ପ୍ରତିଷ୍ଠା ସମାରୋହ ତାଙ୍କୁ ବଞ୍ଚାଇପାରିବ ନାହିଁ। ଅଯୋଧ୍ୟାରୁ ଗିରଫ ହୋଇଥିବା ଦୁଇ ଜଣ ଏସ୍ଏଫ୍ଜେ ସଦସ୍ୟଙ୍କ ନାମ ମଧ୍ୟ ରେକର୍ଡ ହୋଇଥିବା ମେସେଜରେ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ୟୁପି ପୁଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ ତିନି ଅଭିଯୁକ୍ତ ହେଉଛନ୍ତି ରାଜସ୍ଥାନ ବାସିନ୍ଦା ଶଙ୍କର ଦୁସାଦ ଓରଫ ଶଙ୍କର ଜାଜୋଦ, ଅଜିତ କୁମାର ଶର୍ମା ଓ ପ୍ରଦୀପ ପୁନିଆ। ଶଙ୍କର ଦୁସାଦ ଓ ପ୍ରଦୀପ ପୁନିଆ ସିକର ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଅଜିତ କୁମାର ଶର୍ମା ଝୁନଝୁନୁ ଜିଲ୍ଲାର ବାସିନ୍ଦା ବୋଲି ସେ କହିଛନ୍ତି। କାନାଡାର ଅନ୍ୟ ଜଣେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡା ଜରିଆରେ ଦୁସାଦ ପନ୍ନୁ ସହ ଯୋଗାଯୋଗରେ ଥିଲା। ଖଲିସ୍ତାନୀ ନେତାମାନେ ଦୁସାଦକୁ ଅଯୋଧ୍ୟା ଗସ୍ତ କରି ସ୍ଥାନର ମାନଚିତ୍ର ପ୍ରସ୍ତୁତ କରିବାକୁ କହିଥିଲେ। ଗୁରୁବାର ଅଯୋଧ୍ୟାର ତ୍ରିମୂର୍ତ୍ତି ହୋଟେଲ ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଦୁସାଦ ଓ ତା’ର ଦୁଇ ସହଯୋଗୀକୁ ଗିରଫ କରାଯାଇଛି। ପୁଲିସ ଯେପରି ସନ୍ଦେହ ନ କରିବ ସେଥିପାଇଁ ଦୁସାଦ ଏସ୍ୟୁଭିରେ ଗେରୁଆ ପତାକା ଲଗାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି ଏବଂ ତିନି ଜଣଙ୍କୁ ଅଧିକ ପଚରାଉଚରା କରାଯାଉଛି।
ଏଟିଏସ୍ ତଦନ୍ତକାରୀମାନେ କହିଛନ୍ତି ଯେ ଦୁସାଦ ପାଖରୁ ଦୁଇଟି ଭିନ୍ନ ପରିଚୟପତ୍ର ମିଳିଥିଲା। ଦୁସାଦ ବ୍ୟବହାର କରୁଥିବା ସିମ୍କାର୍ଡ ଧର୍ମବୀର ମହଲା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଥିବାବେଳେ ତା’ ଏସ୍ୟୁଭିର ପଞ୍ଜୀକରଣ କାଗଜପତ୍ର ମଧ୍ୟ ନକଲି ଥିଲା। ୨୦୧୬ ମାର୍ଚ୍ଚ ୨୧ରୁ ୭ ବର୍ଷ ଜେଲରେ ରହିବା ପରେ ଦୁସାଦ ୨୦୨୩ ମେ ୧୫ରେ ବିକାନେରର ସେଣ୍ଟ୍ରାଲ ଜେଲରୁ ଜାମିନରେ ମୁକୁଳିଥିଲା। ଦୁସାଦ ନିହତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ଜାଠର ଘନିଷ୍ଠ ସହଯୋଗୀ ଥିଲା ଏବଂ ଡିସେମ୍ବର ୨୦୨୨ରେ ରାଜସ୍ଥାନର ସିକରରେ ତା’ ଘର ସମ୍ମୁଖରେ ୫ ଜଣ ଦୁର୍ବୃତ୍ତ ଜାଠଙ୍କୁ ହତ୍ୟା କରିବା ପରେ ସେ ତା’ ଗ୍ୟାଙ୍ଗକୁ ନିଜ ଅକ୍ତିଆରକୁ ନେଇଥିଲା। ଦୁସାଦର ଏକ ଲମ୍ବା ଆପରାଧିକ ପୃଷ୍ଠଭୂମି ଥିଲା ଏବଂ ତା’ ବିରୋଧରେ ୨୦୦୭ରୁ ୨୦୧୪ ମଧ୍ୟରେ ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ପାଖାପାଖି ୭ଟି ମାମଲା ରୁଜୁ ହୋଇଥିଲା। ସେ ୨୦୧୧ରେ କଂଗ୍ରେସର ଯୁବ ଶାଖା ନେତା ରାମକୃଷ୍ଣ ସିହାଗ ଏବଂ ୨୦୧୪ରେ ବିକାନେର ଜେଲରେ କଏଦୀ ବଳବୀର ବନୁଡାଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା। ଇଂରାଜିରେ ରେକର୍ଡ ହୋଇଥିବା ଅଡିଓ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟବ୍ୟାପୀ ଚେକିଂକୁ ଜୋରଦାର କରାଯାଇଛି।
[ad_2]