ଖେଳ ଖବର

ବିରାଟଙ୍କୁ ‘ଫିଲ୍ଡର ଅଫ୍ ଦି ସିରିଜ୍’ ପୁରସ୍କାର ମିଳିବା ପରେ ରୋହିତ ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: କିଛି ମାସ ହେବ ଭଲ ଫର୍ମରେ ଅଛନ୍ତି ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି। ବ୍ୟାଟିଂ ହେଉ କି ଫିଲ୍ଡିଂ ହେଉ, ସବୁଥିରେ ନିଜର କମାଲ ଦେଖାଇ ସାରିଛନ୍ତି ବିରାଟ। ବିଶ୍ବକପରେ ନିଜ ବ୍ୟାଟିଂର କମାଲ ଦେଖାଇବା ପରେ ଏବେ ତାଙ୍କୁ ଭଲ ଫିଲ୍ଡିଂ ପ‌ାଇଁ ସମ୍ମାନିତ କରାଯାଇଛି।

ଜାନୁଆରି ୧୧ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଥିବା ବେଳେ ୧୭ତାରିଖ ଅର୍ଥାତ୍ ବୁଧବାର ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲା ଭାରତ। ଏହି ସମୟରେ ବିରାଟ ‌ଯେଉଁଭଳି ଭାବେ ଫିଲ୍ଡିଂ କରିଥିଲେ, ତାହା ସମସ୍ତଙ୍କୁ ଖୁସି କରାଇଥିଲା।

ଖେଳ ସମାପ୍ତ ହେବା ପରେ ଭାରତର ଫିଲ୍ଡିଂ କୋଚ୍ ଟି ଦିଲୀପ ଡ୍ରେସିଂ ରୁମରେ କୋହଲିଙ୍କୁ ‘ଫିଲ୍ଡର ଅଫ୍ ଦି ସିରିଜ୍’ ପୁରସ୍କାର ପ୍ରଦାନ କରିଥିଲେ। ଏହି ସମୟରେ ଅଧିନାୟକ ରୋହିତ ଶର୍ମା, କ୍ରିକେଟର ୱାଶିଂଟନ୍ ସୁନ୍ଦର ଏବଂ ଅନ୍ୟ ସାଥୀଙ୍କ ପ୍ରତିକ୍ରିୟା କିଭଳି ଥିଲା, ତାହା ଏବେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଯେତେବେଳେ କୋଚ୍ ଟି ଦିଲୀପ ଡ୍ରେସିଂ ରୁମରେ କୋହଲିଙ୍କୁ ‘ଫିଲ୍ଡର ଅଫ୍ ଦି ସିରିଜ୍’ ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରୁଛନ୍ତି, ସେତେବେଳେ ରୋହିତ ଶର୍ମା ହସି ହସି ତାଳି ମାରୁଥିବା ଦେଖାଯାଇଛି। ଏହା ସହ ଅନ୍ୟ ସାଥୀ ଖେଳାଳିମାନେ ମଧ୍ୟ ଏହି ଘୋଷଣା ଶୁଣି ଖୁସି ହେଉଥିବା ଦେଖିବାକୁ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button