ଖେଳ ଖବର

ଆଇପିଏଲ ଟି୨୦, ୨୦୨୪

ଆଇପିଏଲ୍ ହେଉଛି ଭାରତର ଏକ ଘରୋଇ କ୍ରିକେଟ୍ ଫର୍ମାଟ୍ ଖେଳ | ପ୍ରତି ବର୍ଷ  ଆମ ଦେଶ ରେ  ଆଇପିଏଲ ଖେଳା ଯାଇଥାଏ । ଆଇପିଏଲ କ୍ରିକେଟ  ଖେଳାଳିଙ୍କ  ପାଇଁ ଉତ୍ସାହ  ଦାଏକ ଖେଳ।  ବିଭିନ୍ନ ଦେଶ ତଥା ରାଜ୍ୟରୁ କ୍ରିକେଟ  ଖେଳାଳିମାନେ ଆଇପିଏଲ୍ ଟି -୨୦ ଖେଳ ଖେଳିବାର ସୁଯୋଗ ପାଆନ୍ତି | ଆଇପିଏଲ୍ (ବିସିସିଆଇ) ଦ୍ୱାରା ପ୍ରାୟୋଜିତ ହୋଇଥାଏ  | ଏହି ବର୍ଷ ର  ଆଇପିଏଲ ଖେଳ ହେଉଛି   ୧୭ ତମ ସଂସ୍କରଣ, ମାର୍ଚ୍ଚ ୨୩ ତାରିଖରୁ ଆଇପିଏଲ ଖେଳ  ଆରମ୍ଭ ହେବାକୁ ଯାଉଛି | ଚେନ୍ନାଇର ସୁପର କିଙ୍ଗସ୍ ବନାମ ରୋୟାଲ  ଚ୍ୟାଲେଞ୍ଜର୍ସ  ବାଙ୍ଗାଲୋର ମଧ୍ୟରେ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳାଯିବ | ଚେନ୍ନାଇ ସୁପର କିଙ୍ଗସ୍ ର  ରୋୟାଲ ଚ୍ୟାଲେଞ୍ଜର୍ସ ଉପରେ ଦବଦବା ରହିଛି  କାରଣ ଚେନ୍ନାଇ କ୍ରିକେଟ୍ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗସ୍  ବିପକ୍ଷରେ ରୟାଲ ଚ୍ୟାଲେଞ୍ଜରସ ବେଙ୍ଗଲୋର   ଆଜି  ଯାଏଁ କ୍ରିକେଟ୍ ମ୍ୟାଚ୍  ଜିତି ନାହିଁ| ଆଇପିଏଲର ଅନ୍ତିମ ଖେଳ, ୭ ଏପ୍ରିଲରେ ଖେଳାଯିବ।IPL 2024: From Player Transactions To Approval Process, Navigating The  Intricacies Of Trading Window

ଭାରତ ର  ଭିର୍ଣ୍ଣ  ଭିର୍ଣ୍ଣ  ଷ୍ଟେଡିୟମ ରେ ଏହି ଖେଳ  ଖେଳାଯିବ । ଏହି  ସମସ୍ତ  ଷ୍ଟେଡିୟମ  ଗୁଡି କୁ ପୂର୍ବ ରୁ ପ୍ରସ୍ତୁତ  କରାଯାଇଛି । ସେହି ଗୁଡିକ ହେଲେ   ଚେନ୍ନାଇ ଏମ ଚିଦାମ୍ବରମ୍ ଷ୍ଟାଡିୟମ୍, ଚଣ୍ଡିଗଡ଼ ମହାରାଜା ଯାଦବନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ମଲାନପୁର, କୋଲକାତା ଇଡେନ୍ ଗାର୍ଡେନ  ଷ୍ଟାଡିୟମ୍, ଜୟପୁର ସାୱାଇ ମାନସିଂହ ଷ୍ଟାଡିୟମ୍, ଅହମ୍ମଦାବାଦ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍, ବାଙ୍ଗାଲୋର ଏମ୍ ଚିନ୍ନାସ୍ୱାମୀ  ଷ୍ଟାଡିୟମ୍, ଲକ୍ଷ୍ନୋ  ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍,  ବିଶାଖାପାଟନମ୍, ଡ॰ୱାଏସ ରାଜ ଶେଖର ରେଡ୍ଡୀ ACA-VDCAଆନ୍ତର୍ଜାତୀୟ କ୍ରିକେଟ  ଷ୍ଟେଡିୟମ । ଅନଲାଇନ ରେ  ଆଇପିଏଲ୍ ଟିକେଟ୍ ମଧ୍ୟ ବିକ୍ରି ହେଉଛି |

ଏହି ବର୍ଷ ଆମେ ଅନେକ ଆଇପିଏଲ୍ ଖେଳାଳିଙ୍କୁ ଭାରତୀୟ ଜାତୀୟ କ୍ରିକେଟ୍ ଦଳରେ ସୁଯୋଗ ପାଇଥିବାର ଦେଖିଛୁ। ଯେଉଁ ଖେଳାଳିମାନେ ଆଇପିଏଲ୍ ଟୁର୍ନାମେଣ୍ଟରେ ସୁଯୋଗ ପାଆନ୍ତି ସେମାନେ ବିପୁଳ ପରିମାଣର ଟଙ୍କା ମିଳିଥାଏ  | ଆଇପିଏଲ୍ କ୍ରିକେଟ୍ ଖେଳରେ ଆମେ ଦେଖିଛୁ ଯେ ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ଦେଶରୁ ବହୁ ସଂଖ୍ୟକ ଲୋକ ଆଇପିଏଲ୍ କ୍ରିକେଟ୍ ଖେଳ ଦେଖିବା ପାଇଁ  ଏବଂ ସେମାନଙ୍କ ପ୍ରିୟ ଦଳକୁ ଉତ୍ସାହିତ କରିବା ପାଇଁ  ଆସିଥାନ୍ତି । ଦଳର ବିଜୟ ପାଇଁ ପ୍ରାର୍ଥନା ମଧ୍ୟ  କରିଥାନ୍ତି। ବିଭିନ୍ନ ଦେଶରୁ ଆସିଥିବା  ଚିଏର  ଗାର୍ଲ୍ସ  ମାନେ ଆସି ଷ୍ଟେଡିୟମ ରେ  ନୃତ୍ୟ ପରିବେଷଣ କରନ୍ତି ।  ଯେତେବେଳେ ଚୌକା ବା ଛକା ବାଜେ  ସେତେବେଳେ  ଖେଳାଳିଙ୍କୁ  ଉତ୍ସାହିତ  କରିବାପାଇଁ  ସେମାନେ ନାଚନ୍ତି ।  ଆଇପିଏଲ୍ କ୍ରିକେଟ୍ ରେ ଦୁଇଟି ବ୍ରେକ୍ ଥାଏ ।  ଗୋଟିଏ ହେଉଛି ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ ଏବଂ ଅନ୍ୟଟି ହେଉଛି ମ୍ୟାକ୍ସ ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍। ବେଳେବେଳେ ୮ ଓଭର ଖେଳିବା ପରେ ଷ୍ଟ୍ରାଟେଜିକ୍  ଟାଇମ  ଆଉଟ ସମୟ ଆରମ୍ଭ ହୁଏ | ଆଇପିଏଲ୍ ଖେଳ କୁ  ଦର୍ଶକମାନେ  ଭଲ ପାଇଥାନ୍ତି |    ବିଜଇ  ଦଳର ଅଧିନାୟକ ମ୍ୟାଚ୍ ପରେ ଜଣେ ସେଲିବ୍ରେଟି ହୋଇଯାନ୍ତି  | Here Is Where You Can Watch The IPL 2024 Auction Live On TV And Online

ଆଇପିଏଲ୍ ଗେମ ରେ  ସର୍ବାଧିକ ୱିକେଟ୍ ପାଇଥିବା ଖେଳାଳୀଙ୍କୁ  ବାଇଗଣୀ ରଙ୍ଗର କ୍ୟାପ୍ ଦିଆଯାଇଥାଏ, ଯେଉଁ ଖେଳାଳି ସର୍ବାଧିକ ରନ୍ ସ୍କୋର କରନ୍ତି ତାଙ୍କୁ  କମଳା ରଙ୍ଗ ର କେପ  ଦିଆଯାଇଥାଏ   ପ୍ଲେୟାର ଯିଏ ସର୍ବୋତ୍ତମ କ୍ୟାଚ୍ ନେଇଥାଏ ସେ କାର୍ବନ କମାଲ କ୍ୟାଚ୍ ନଗଦ ପୁରସ୍କାର ପାଇଥାଏ | ଏହି ଆଇପିଏଲ୍ ର  ୧୭ ତମ ସଂସ୍କରଣରେ ୧୦ ଟି ମହଙ୍ଗା ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜ୍ ଦ୍ୱାରା କ୍ରୟ କରାଯାଇଛି  | ସେହି ଖେଳାଳିମାନେ ହେଉଛନ୍ତି ମିଚିଲ ଷ୍ଟାର୍କ, ଅଷ୍ଟ୍ରେଲୀୟ ବୋଲରଙ୍କୁ କୋଲକାତା ନାଇଟ ରାଇଡ଼ରସ  ୨୪.୭୫ କୋଟି ଟଙ୍କା ରେ  କ୍ରୟ କରିଛନ୍ତି। ମିଚିଲଲ ଷ୍ଟାର୍କ ୨୦୨୩ ଆଇସିସି ବିଶ୍ୱକପ୍ ର ହିରୋ ଥିଲେ |

 ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ପେଟ  କମିନ୍ସ ଅଷ୍ଟ୍ରେଲୀଆ  କ୍ରିକେଟ୍ ଦଳର ଅଧିନାୟକ ଥିଲେ। ପେଟ୍ କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ସପ୍ତମ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା, ଡାରେଲ୍ ମିଚେଲ୍ କିୱି ବ୍ୟାଟ୍ସମ୍ୟାନଙ୍କୁ  ଚେନ୍ନେଇ  ସୁପର କିଂସ  .୧୪ କୋଟିରେ କିଣିଛି, ହର୍ଷଲ ପଟେଲଙ୍କୁ କିଙ୍ଗସ x1 ପଞ୍ଜାବ ୧୧.୭୫  କୋଟିରେ କିଣିଛି , ଅଲଜାରୀ ଜୋସେଫକୁ ରୟାଲ ଚ୍ୟାଲେଞ୍ଜରସ  ବାଙ୍ଗାଲୋର ୧୧.୫  କୋଟି ଟଙ୍କା ରେ କିଣିଛି | ସ୍ପେନ୍ସର୍ ଜୋନ୍ସେନଙ୍କୁ  ଗୁଜୁରାଟ ଟାଇଟେନ୍ସ  ୧୦କୋଟି ଟଙ୍କା ରେ କିଣିଛି , ସମୀର ରିଜ୍ଯୁ ଙ୍କୁ ଚେନ୍ନାଇ ସୁପର କିଙ୍ଗ ୮.୪ କୋଟିରେ ଟଙ୍କା ରେ କିଣିଛି । ରାଲେ ରୋସୋଙ୍କୁ   କିଙ୍ଗ୍ସ    X1 ପଞ୍ଜାବ ୮  କୋଟି ଟଙ୍କାରେ କିଣିଛି |

 ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚଟି ଆଇପିଏଲ୍ ଟାଇଟଲ୍, ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଟି ଆଇପିଏଲ୍ ଟାଇଟଲ ଜିତିଲାବେଳେ  କୋଲକାତା ନାଇଟରାଈଡର୍ସ କେବଳ ଗୋଟିଏ ଆଇପିଏଲ୍ ଟାଇଟଲ୍ ଜିତିଛି , ସନରାଇଜର୍ସ ହାଇଦ୍ରାବାଦ କେବଳ ଗୋଟିଏ ଆଇପିଏଲ୍ ଟାଇଟଲ୍ ଜିତିଛି | ରାଜସ୍ଥାନ ରୋୟାଲ୍ସ ପ୍ରଥମ ସଂସ୍କରଣ ର  ଆଇପିଏଲ୍ ଟାଇଟଲ୍ ଜିତିଛି, ଡେକାନ୍ ଚାର୍ଜର୍ସ କେବଳ ଗୋଟିଏ ଆଇପିଏଲ୍ ଟାଇଟଲ୍ ଜିତିଛି |ରୋୟାଲ  ଚ୍ୟାଲେଞ୍ଜରସ ପାଞ୍ଚ ଥର ଆଇପିଏଲ୍ ରନର୍ସଅଫ  ହୋଇଛି । ଚେନ୍ନାଇ ସୁପର କିଙ୍ଗ ଆଇପିଏଲ ଖେଳ ର ଡିଫେଣ୍ଡିଂ ଚାମ୍ପିୟନ ।୨୦୨୪ ର ଆଇପିଏଲ  ଖେଳ  ସମସ୍ତ  ଟିମ ପାଇଁ  ବଡ  ଚ୍ୟାଲେଞ୍ଜ ରହିବ ଦେଖିବା କେଉଁ   ଦଳ ଏହି  ବର୍ଷ ର  ଆଇପିଏଲ ଖେଳ  ଜିତିବ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button