‘ଆମେ ଲୋକାଲ୍ ଟୋକା, ଆମ ପାଇଁ ମ୍ୟୁଜିକ୍ ବଜା’: ବନ୍ଧାହେଲେ ୫ – Kalinga News
[ad_1]
ପିକ୍ନିକ୍ ଟିମ୍କୁ ପିଟିଲା ବାର୍ଥ ଡେ’ ପାର୍ଟି
ଚନ୍ଦ୍ରଶେଖରପୁର: ଆଜି ଶିଖରଚଣ୍ଡୀ ପାହାଡ଼ରେ ସ୍ଥାନୀୟ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ସୀମା ଲଂଘନ କରିଛି। ବଣଭୋଜି କରିବାକୁ ଆସିଥିବା ଏକ ଦଳକୁ ଜନ୍ମଦିନ ଉତ୍ସବ ପାଳନ କରୁଥିବା ସ୍ଥାନୀୟ ଯୁବକମାନେ ରଡ୍ରେ ପିଟି ଲହୁଲୁହାଣ କରିଛନ୍ତି। ଫଳରେ ଜଣେ ଯୁବକ ଓ ଜଣେ ଯୁବତୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ଇନ୍ଫୋସିଟି ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଟିଆ ଅଞ୍ଚଳର ଜଗଦୀଶ ଆଚାର୍ଯ୍ୟ (୨୯), ଲକ୍ଷ୍ମୀସାଗର ଅଞ୍ଚଳର ଗଣେଶ ବେହେରା (୨୭), ଆଶିଷ କୁମାର ଭୋଇ (୨୭), ଧମେନ୍ଦ୍ର ପ୍ରଧାନ (୨୪) ଓ ରୋଶନ ଭାଇ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ଅନୁଯାୟୀ ଏକ ରାଜଧାନୀସ୍ଥିତ ଏକ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ଆଜି ଶିଖରଚଣ୍ଡୀ ପାହାଡ଼ରେ ଭୋଜି କରୁଥିଲେ। ଖିଆପିଆ ସରିବା ପରେ ସେମାନେ ସେଠାରୁ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ଏତିକିବେଳେ ପ୍ରାୟ ୨୦ ବାଇକ୍ରେ ୪୦ରୁ ଅଧିକ ଯୁବକ ସେଠାରେ ପହଞ୍ଚିଥିଲେ। ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ଯେଉଁଠି ଭୋଜି କରୁଥିଲେ, ତା’ଠାରୁ ଅନତି ଦୂରରେ ଏହି ଯୁବକମାନେ ଜନ୍ମଦିନ ଉତ୍ସବ ପାଳନ କଲେ। କେକ୍ କାଟିବା ପୂର୍ବରୁ ସେମାନଙ୍କର ମ୍ୟୁଜିକ୍ କଥା ମନେ ପଡ଼ିଲା। ସାଉଣ୍ଡ୍ ସିଷ୍ଟମ୍ ଆଣି ନଥିବାରୁ ସେମାନେ ପ୍ରଥମେ ନିଜ ନିଜ ଭିତରେ ଠେଲାପେଲା ହୋଇଥିଲେ। ଏତିକିବେଳେ ସେମାନଙ୍କ ନଜର ପଡ଼ିଥିଲା ପିକ୍ନିକ୍ ଟିମ୍ର ସାଉଣ୍ଡ ସିଷ୍ଟମ୍ ଉପରେ। କେକ୍ କାଟିବା ବେଳେ ମ୍ୟୁଜିକ୍ ବଜାଇବାକୁ ସେମାନେ କହିଥିଲେ। କିନ୍ତୁ ସେମାନେ ଗାଡ଼ିରେ ଅଧା ଉପକରଣ ଲୋଡ୍ କରିସାରିଥିବାରୁ ଆଉ ମ୍ୟୁଜିକ୍ ବଜାଇବା ସମ୍ଭବ ନୁହେଁ ବୋଲି କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ ଜନ୍ମଦିନ ପାଳନ ପାର୍ଟିର ଯୁବକମାନେ। ‘‘ଆମେ ଲୋକାଲ୍ ଟୋକା କହୁଛୁ ମାନେ ଆମ କଥାରେ ମ୍ୟୁଜିକ୍ ବଜା। ନ ହେଲେ ଗୋଟି ଗୋଟି କରି ହାଣିବୁ।’’ କିନ୍ତୁ ଏଭଳି ଧମକକୁ ଭୟ କରିନଥିଲେ ବଣଭୋଜି ଦଳ। ମ୍ୟୁଜିକ୍ ସିଷ୍ଟମ୍ ଦେଇହେବ ନାହିଁ ବୋଲି ରୋକ୍ଠୋକ ମନା କରିଥିଲେ। ଆହୁରି ରାଗି ଯାଇଥିଲେ ପ୍ରତିପକ୍ଷ ଦଳର ଯୁବକମାନେ। ସେମାନେ ସାଙ୍ଗରେ ଆଣିଥିବା ମାରଣାସ୍ତ୍ର ଓ ଲୁହାରଡ୍ରେ ପିଟିବା ଆରମ୍ଭ କରିଥିଲେ। ସେମାନଙ୍କ ଆକ୍ରମଣରୁ ମହିଳା ଓ ଯୁବତୀମାନେ ବି ବର୍ତ୍ତି ନଥିଲେ। ଏତିକିବେଳେ ପିସିଆର୍ ପହଞ୍ଚିଯାଇଥିଲା। ପୁଲିସକୁ ଦେଖି ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଉଥିବା ବେଳେ ୫ ଜଣ ଧରାପଡ଼ିଥିଲେ।
[ad_2]