ମନୋରଞ୍ଜନ

‘ତୁମ ସହ ସୋ’କୁ ଆସିବା ମୋର ଭୁଲ ହୋଇଗଲା’: ଅଙ୍କିତା – Kalinga News

[ad_1]

ନୂଆଦିଲ୍ଲୀ: ଛୋଟ ପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ଭିକ୍କି ଜୈନ ଓ ଅଙ୍କିତା ଲୋଖଣ୍ଡେଙ୍କୁ ବିବାହ ପରେ ଦ୍ବିତୀୟ ଥର କୌଣସି ରିୟଲିଟି ସୋ’ରେ ଦେଖିବାକୁ ମିଳୁଛି। ‘ବିଗବସ’ ରିୟଲିଟି ସୋ’ ପୂର୍ବରୁ ଦୁହିଁଙ୍କୁ ସ୍ମାର୍ଟ ଯୋଡ଼ିରେ ଦେଖିବାକୁ ମିଳିଥିଲା।

ତେବେ ‘ବିଗବସ’ରେ ଅଙ୍କିତା ଓ ଭିକ୍କିଙ୍କ ମଧ୍ୟରେ କୌଣସି ନା କୌଣସି ଘଟଣାକୁ ନେଇ ଝଗଡ଼ା ଲାଗୁଥିବାର ଦେଖିବାକୁ ମିଳୁଛି। ଗତ ସପ୍ତାହରେ ବି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମନାରାଙ୍କୁ ଅଧିକ ଧ୍ୟାନ ଦେଉଥିବାରୁ ଅଙ୍କିତା ଭିକ୍କିଙ୍କ ଉପରେ ରାଗି ଯାଇଥିଲେ। ଏହାକୁ ନେଇ ଅଙ୍କିତା ଓ ଭିକ୍କିଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା।

ଏମିତି କି ଅଙ୍କିତା ଭିକ୍କିଙ୍କୁ କହିଥିଲେ, ‘ଯଦି ସ୍ବାମୀ ଚାହିଁବେ ମୋ ଠାରୁ ଅଲଗା ହୋଇପାରିବେ। ଏଥିରେ ମୁଁ କୌଣସି ଆପତ୍ତି ଉଠାଇବି ନାହିଁ। ମୁଁ ଆଉ ଏ ସମ୍ପର୍କରେ ଆଗକୁ ବଢ଼ିବାକୁ ଚାହୁଁନାହିଁ। ଏହି ସୋ’କୁ ଭିକ୍କିଙ୍କ ସହ ଆସି ମୋର ଭୁଲ ହୋଇଗଲା।

ମ‌ୋତେ ନେଇ ଭିକ୍କିଙ୍କୁ ଅସୁବିଧା ହେଉଛି। ମୁଁ ଜାଣି ନଥିଲି। ସେ ମୋ ସହ ଏତେ ଦୁଃଖୀ ଅଛନ୍ତି। ମୁଁ ଭାବୁଛି ସେ ମୋ ଜୀବନରୁ ଚାଲି ଯାଆନ୍ତୁ। ଆଉ ନୂଆକରି ସେ ଜୀବନ ଆରମ୍ଭ କରନ୍ତୁ। ମୁଁ ତାଙ୍କ ସହ ଭବିଷ୍ୟତ ଦେଖି ପାରିବି ନାହିଁ।’

ତେବେ କୁହାଯାଉଛି କି ଏହି ଝଗଡ଼ା ପରେ ଦୁହେଁ ପୁଣି ମିଶି ଯାଇଥିଲେ। ତେବେ ଅଙ୍କିତା ଟେଲିଭିଜନ ପରଦାରେ ଏଭଳି ଭିକ୍କିଙ୍କୁ ନେଇ କାହିଁକି କହିଥିଲେ ସେ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନବ‌ାଚୀ ସୃଷ୍ଟି ହୋଇଛି। ଅଙ୍କିତା ସୋ’ର ପବ୍ଲିସିଟି ପାଇଁ ଭିକ୍କିଙ୍କ ସହିତ ଏମିତି ଝଗଡ଼ା କରୁଛନ୍ତି ନା ବାସ୍ତବରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗୁଛି ବୋଲି ଦର୍ଶନ ପ୍ରତିକ୍ରିୟା ଦେଇ କହିଛନ୍ତି।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button