ମନୋରଞ୍ଜନ

ମୋନାଲିସା ପ୍ରକୃତରେ କିଏ ଥିଲେ ? ହସରେ ପାଗଳ ହୋଇ ସୁ-ଇ-ସା-ଇ-ଡ କରି ଦେଉଥିଲେ ଲୋକେ ? କଣ ରହିଛି ପ୍ରକୃତ ରହସ୍ୟ ?

ଆଜିକୁ ପ୍ରାୟ 500 ବର୍ଷ ତଳେ ଇଟାଲୀର ମହାନ ଚିତ୍ରକାର ଲିଓନାର୍ଡୋ ଦା’ଭିନ୍ସି ଏପରି ଏକ ପେଣ୍ଟିଂ ବନେଇଥିଲେ ଯାହା ଆଜି ମଧ୍ୟ ରହସ୍ୟ ହୋଇରହିଛି । ମୋନାଲିସା ପେଣ୍ଟିଂ କୁ ନେଇ ଅନେକ ରହସ୍ୟ ରହିଛି ଯାହା ଆଜି ବିଶ୍ଵର ସବୁଠାରୁ ଫେମସ୍ ପେଣ୍ଟିଂ ଅଟେ । ତେବେ ଆଜି ଆମେ ଆପଣଙ୍କୁ ମୋନାଲିସା ପେଣ୍ଟିଂକୁ ନେଇ କେତୋଟି ରହସ୍ୟମୟୀ ଘଟଣା ସମ୍ପର୍କରେ କହିବୁ । 23 ଜୁନ 1852 ରେ ଲୁକ୍ ମାସପେରୋ ନାମକ ଫ୍ରାନ୍ସର ଜଣେ ଯୁବ ଆର୍ଟିଷ୍ଟ ପ୍ୟାରିସର ଏକ ହୋଟେଲରୁ ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରି ଦେଇଥିଲେ ।

ସେ ମୋନାଲିସାଙ୍କ ସୁନ୍ଦରତାରେ ଖୁବ ପ୍ରଭାବିତ ଥିଲେ ଏବଂ ମୋନାଲିସାର ହସ ତାଙ୍କୁ ପାଗଳ କରିଥିଲେ । ସେ ମୃ-ତ୍ୟୁ ବେଳେ ଏକ ସୁ-ଇ-ସା-ଇ-ଡ ନୋଟ ଛାଡି ଯାଇଥିଲେ ଯେଉଁଥିରେ ମୋନାଲିସାଙ୍କ ପ୍ରତି ତାଙ୍କର ପ୍ରେମ ଓ ଦୀର୍ଘ ବର୍ଷର ପ୍ରତୀକ୍ଷା ଲେଖିଥିଲେ । ମୋନାଲିସାଙ୍କ ରହସ୍ୟମୟୀ ହସ ଆଜି ବି ଅନେକ ଆର୍ଟିଷ୍ଟ ଓ ଇତିହାସକାରଙ୍କୁ ଚିନ୍ତାରେ ପକେଇ ଦିଏ । ଯାହା ଭିନ୍ନ ଭିନ୍ନ ଦିଗରୁ ଭିନ୍ନ ଦିଶେ ।

ଏହି ଫଟୋକୁ ଭଲରେ ଦେଖିଲେ ଏହା ପ୍ରଥମେ ହସୁଥିବାର ଦେଖାଯାଏ ତା’ ପରେ ହସ ଧୀରେ ଧୀରେ ଫିକା ପଡିଯାଏ ଏବଂ ଶେଷରେ ଗାୟବ ହୋଇଯାଏ। ଏକ ରିସର୍ଚ୍ଚ ଦାବି କରେ କି ଦା’ଭିନ୍ସି ଯେଉଁ ମହିଳାଙ୍କ ଚିତ୍ର ଆଙ୍କିଛନ୍ତି ସେ ନିଜ ମଧ୍ୟରେ ଅନେକ ରହସ୍ୟ ଲୁଚେଇ ରଖିଥିଲେ ସେଥିପାଇଁ ମୋନାଲିସା ପେଣ୍ଟିଂ ଏତେ ରହସ୍ୟମୟୀ ଲାଗେ । ମୋନାଲିସାଙ୍କ ଉପର ଦୁଇଟି ଦାନ୍ତ ଭାଙ୍ଗି ଯାଇଥିବା କହି କିଛି ବର୍ଷ ତଳେ ଜଣେ ଡାକ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।

ଏହି କାରଣରୁ ମୋନାଲିସାଙ୍କ ଉପର ଓଠ ସାମାନ୍ଯ ଦବି ରହିଛି ବୋଲି ସେ କହିଥିଲେ । 2000 ମସିହାରେ ହାୱାର୍ଡ ୟୁନିଭର୍ସିଟିର ଜଣେ ନ୍ୟୁରୋ ବୈଜ୍ଞାନିକ ଡକ୍ଟର ମାର୍ଗରେଟଙ୍କ କହିବା ଅନୁଯାୟୀ, ପ୍ରକୃତରେ ମୋନାଲିସାର ହସ ବଦଳେ ନାହିଁ ବରଂ ଦେଖିବା ଲୋକର ଚିନ୍ତାଧାରା ବଦଳିଯାଏ । ଅର୍ଥାତ ଏହା ଆପଣଙ୍କ ମସ୍ତିଷ୍କର ଖେଳ ଓ ଆପଣ ଯେମିତି ଏହି ଫଟୋକୁ ଦେଖିବାକୁ ଚାହାନ୍ତି ତାହା ଆପଣଙ୍କୁ ସେମିତି ଦିଶିବ ।

କୁହାଯାଏ କି ଲିଓନାର୍ଡୋ ଦା’ଭିନ୍ସି ମୋନାଲିସା ପେଣ୍ଟିଂକୁ 1503 ରୁ ଆଂକିବା ଆରମ୍ଭ କରିଥିଲେ ଓ 1517 ଏହାକୁ ଶେଷ କରିବାକୁ ତାଙ୍କୁ 1517 ଲାଗି ଯାଇଥିଲା । ମୋନାଲିସାଙ୍କ ଓଠ ପେଣ୍ଟିଂ କରିବା ପାଇଁ ତାଙ୍କୁ ସବୁଠୁ ଅଧିକ ସମୟ ଅର୍ଥାତ 12 ବର୍ଷ ଲାଗିଥିଲା ବୋଲି କୁହାଯାଏ । ମୋନାଲିସାଙ୍କ ଫଟୋ ବହୁତ ସୁନ୍ଦର ଅଟେ ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଏହା ପ୍ୟାରିସର ଲୁ’ ମ୍ୟୁଜିୟମରୁ ଚୋରୀ ହେବା ପରଠାରୁ ହିଁ ଅଧିକ ଫେମସ ହୋଇଥିଲା ।

ଦୁନିଆର ସବୁଠୁ ଲୋକପ୍ରିୟ ପେଣ୍ଟିଂ ଦୁନିଆର ଏକ ବଡ ମ୍ୟୁଜିୟମରୁ ଚୋରୀ ହେବା ଘଟଣା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଥିଲା । ଅନ୍ୟଜଣେ ମହାନ ପେଣ୍ଟର ପାବଲୋ ପିକାସୋ ଏହି ପେଣ୍ଟିଂକୁ କୁଆଡେ ଚୋରୀ କରିଥିଲେ ବୋଲି ସନ୍ଦେହ ହେଉଥିଲା । କିନ୍ତୁ ତଦନ୍ତ ଏବଂ ପଚରାଉଚରା ପରେ ତାଙ୍କ ଉପରୁ ଏହି ଆରୋପ ହଟାଇ ଦିଆଯାଇଥିଲା । ତେବେ ସେହି ମ୍ୟୁଜିୟମର ଜଣେ କର୍ମଚାରୀ ଏହାକୁ ଚୋରୀ କରିଥିଲେ ବୋଲି ପରେ ଜଣା ପଡିଥିଲା ।

ମୋନାଲିସା ପ୍ରକୃତରେ କିଏ ଥିଲେ ଆଜି ଯାଏଁ ଏକଥା ରହସ୍ୟ ହୋଇ ରହିଛି । କିଛି ସ୍କୋଲାରଙ୍କ ଦାବି ଅନୁଯାୟୀ ଏହି ପେଣ୍ଟିଂଟି ଲିସା ଘେରାର୍ଦିନି ନାମକ ଜଣେ ମହିଳାଙ୍କର ଯିଏକି ଫ୍ଲୋରେନ୍ସର ଏକ ଇଟାଲିୟାନ ମହିଳା ଥିଲେ । ଆଉ କେହି କେହି କୁହନ୍ତି କି ମୋନାଲିସା ଲିଓନାର୍ଡୋ ଦା’ଭିନ୍ସି ନିଜେ ଅର୍ଥାତ ସେ ନିଜକୁ ଜଣେ ମହିଳାଭାବେ ଏହି ପେଣ୍ଟିଂରେ ବନେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button