ଦୀର୍ଘଦିନ ଧରି ଗୋଟିଏ ପଦବିରେ ଥିବା ଅଧିକାରୀଙ୍କ ବଦଳି ଦାବି କଲା ବିଜେପି – Kalinga News
[ad_1]
ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି କର୍ମକର୍ତ୍ତା
ଭୁବନେଶ୍ବର: ଓଡ଼ିଶା ବିଜେପି ଶାଖାର କର୍ମକର୍ତ୍ତାମାନେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ବିଜେପି ଦୀର୍ଘଦିନ ଧରି ଗୋଟିଏ ପଦବିରେ ଥିବା ଅଧିକାରୀଙ୍କ ବଦଳି ଦାବି କରିଛି। ଏନେଇ ଡିସେମ୍ବର ୧ ତାରିଖରେ ରାଜ୍ୟ ସରକାରଙ୍କୁ କମିସନ ଚିଠି କରିଥିଲେ। ଜାନୁଆରି ୩୧ ଶେଷ ତାରିଖ ଥିବା ସତ୍ୱେ ରାଜ୍ୟ ସରକାର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ଆହୁରି ଅଭିଯୋଗ କରିଛି ଯେ ରାଜ୍ୟରେ ୧୦ ଜିଲ୍ଲାର ଜିଲ୍ଲାପାଳ ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଜିଲ୍ଲାରେ ରହିଛନ୍ତି। ସରକାରୀ ନିୟମ ଅନୁସାରେ ତିନି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପଦବିରେ ଥିଲେ, ସେମାନଙ୍କୁ ବଦଳି କରାଯିବା କଥା। କିନ୍ତୁ ସରକାର ତାହା କରୁ ନାହାନ୍ତି। ସେହିପରି ଏକାଧିକ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ମଧ୍ୟ ଦୀର୍ଘଦିନ ଧରି ଗୋଟିଏ ପଦବିରେ ରହିଛନ୍ତି। ତେଣୁ ରାଜ୍ୟ ସରକାର କମିସନଙ୍କ ସୁପାରିସକୁ କାର୍ଯ୍ୟକାରୀ ନକଲେ, ଦଳ ଖୁବଶୀଘ୍ର ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବ ବୋଲି ବିଜେପି କହିଛି।
[ad_2]