ଅପରାଧ

ରକେଟ୍‌ ମାଡ଼ରେ ୧୨ ଶିଶୁଙ୍କ ମୃତ୍ୟୁ: ଇସ୍ରାଏଲର ପାଲଟା ଆକ୍ରମଣ

ତେଲ୍‌ ଆଭିଭ୍‌: ଗତକାଲି ଲେବାନନ୍‌ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍‌ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍‌ ହାଇଟ୍‌ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ୍‌ ଅଭିଯାନ ଆରମ୍ଭ କରିଛି। ଆଜି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ପ୍ରତିଆକ୍ରମଣରେ ଲେବାନନ୍‌ରେ ହେଜବୁଲ୍ଲାର ଏକାଧିକ ଆଡ଼ା ଧ୍ବସ୍ତ ହୋଇଛି।

ଗତକାଲି ଇସ୍ରାଏଲ ଅଧିକୃତ ଅଞ୍ଚଳରେ ରକେଟ୍‌ ମାଡ଼ ଓ ଶିଶୁଙ୍କ ମୃତ୍ୟୁ ଘଟଣାରେ ଇସ୍ରାଏଲ ହେଜବୁଲ୍ଲା ସଂଗଠନକୁ ଦାୟୀ କରିଛି। ତେବେ ଏହି ଅଭିଯୋଗକୁ ହେଜବୁଲ୍ଲା ଖଣ୍ଡନ କରିଛି।

ଆଜି ସକାଳେ ଆଇଡିଏଫ୍‌ ଏକ ପ୍ରେସ୍‌ ବିବୃତ୍ତିରେ କହିଛି ଯେ ଲେବାନନ୍‌ ସୀମା ମଧ୍ୟରେ ଇସ୍ରାଏଲ ଯୁଦ୍ଧବିମାନ ପ୍ରବେଶ କରି ୭ଟି ହେଜବୁଲ୍ଲା ଆଡ଼ା ଉପରେ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣ ଦ୍ବାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ‌ଲେବାନନ୍‌ କିମ୍ବା ହେଜବୁଲ୍ଳା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ୨୦୨୩ ଅକ୍ଟୋବର ୭ ତରିଖରୁ ଚାଲିଥିବା ଇସ୍ରାଏଲ୍‌-ଗାଜା ଯୁଦ୍ଧରେ ଗତକାଲିର ହେଜବୁଲ୍ଳା ଆକ୍ରମଣରେ ୧୨ଶିଶୁଙ୍କ ମୃତ୍ୟୁ ଇସ୍ରାଏଲ୍‌ର ପ୍ରଥମ ବଡ଼ଧରଣର କ୍ଷତି ଅଟେ। ଏହି ଘଟଣାପରେ ହେଜବୁଲ୍ଲା ଓ ଇସ୍ରାଏଲ୍‌ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button