ଅପରାଧ

ବୁଲିବାକୁ ଯିବାକୁ ମନା କରିବାରୁ ସ୍ତ୍ରୀକୁ ଗୁଳି ମାରିଲେ ସ୍ବାମୀ – Kalinga News

[ad_1]

ଜଲୌନ: ସ୍ବାମୀ ବୁଲିବାକୁ ଯିବାକୁ କହିବାରୁ ମନା କଲେ ସ୍ତ୍ରୀ। ରାଗରେ ଗୁଳି ମାରିଦେଲେ ସ୍ବାମୀ। ଉତ୍ତରପ୍ରଦେଶର ଜଲୌନରେ ଘଟିଛି ଏଭଳି ଘଟଣା। ଗୁଳି ବାଜିବା ପରେ ପୁଲିସକୁ ଖବର ଦିଆଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଡାକ୍ତରଖାନା ନେବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା ସହ ଏବେ ତାଙ୍କର ଚିକିତ୍ସା ଚାଲିଥିବା ସାମ୍ନାକୁ ଆସିଛି। ଅଭିଯୁକ୍ତର ନାମ ଶ୍ୟାମବୀର ତୋମର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଶ୍ୟାମବୀର ଜୟପୁରରେ ତାଙ୍କ ବଡ଼ ପୁଅ ସହିତ ରଙ୍ଗ କାମ କରୁଥିବା ବେଳେ ତାଙ୍କ ପତ୍ନୀ ଦେବକି ଦୁଇ ପିଲାଙ୍କ ସହ ଗାଁରେ ରହୁଥିଲେ। ଛୁଟି ଥିବାରୁ ଶ୍ୟାମବୀର ତାଙ୍କ ଘରକୁ ଆସିଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ଜୟପୁର ଯିବାକୁ କହିଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିବାଦ ଏତେ ବଢ଼ିଯାଇଥିଲା ଯେ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ଗୁଳି ମାରିଥିଲେ।

ଏହି ଘଟଣା ପରେ ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଏହା ସହ ଅଭିଯୁକ୍ତ ଶ୍ୟାମବୀରଙ୍କୁ ଗିରଫ କରିଛି ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button