ଘରୋଇ କଂପାନିର କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର – Kalinga News

[ad_1]
ରାୟଗଡ଼ା: କାଶୀପୁର ବ୍ଲକର ସୁଙ୍ଗେରସ୍ଥିତ ସରମ୍ବାଇ ଛକ ନିକଟରେ ମୈତ୍ରୀ କମ୍ପାନିର କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣେ ଗୁରୁତର ଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଆଜି ସକାଳେ ମୈତ୍ରୀ କମ୍ପାନିର ଜେନେରାଲ ମ୍ୟାନେଜର ସିଏଚ.ବୋଷ, ଜନସଂପର୍କ ଅଧିକାରୀ ପୁଷ୍ଟି ଦୁରିଆ ଏବଂ ଡ୍ରାଇଭର ନବ କୁମାର ଗୌଡ ସୁଙ୍ଗେର ଖଣି ଅଂଚଳକୁ ସର୍ଭେ କାମ ସାରି ଦିନ ସାଢେ ଦୁଇଟା ବେଳେ ଫେରୁଥିବା ସମୟରେ ସୁଙ୍ଗେରର ସରମ୍ବାଇ ଛକ ନିକଟରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଲୋକ ମୈତ୍ରୀ କମ୍ପାନିର ଗାଡିକୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ଗାଡ଼ିକୁ ଠେଙ୍ଗାରେ ଭାଙ୍ଗିବା ସହ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଆକ୍ରମଣରେ ପୁଷ୍ଟି ଦୁରିଆ ଗୁରୁତର ଆହତ ହୋଇଥିବା ବେଳେ ଜିଏମ ବୋଷ ଏବଂ ଡ୍ରାଇଭର ନବ କୁମାର ଆହତ ହୋଇଛନ୍ତି। ତୁରନ୍ତ ଏମାନଙ୍କୁ ଉଦ୍ଧାର କରାଯାଇ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୁଷ୍ଟି ଦୁରିଆଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଂକୁ ତୁରନ୍ତ ବିଶାଖାପାଟଣା ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ଏନେଇ ମୈତ୍ରୀ କମ୍ପାନି ତରଫରୁ କାଶୀପୁର ଥାନାରେ ଜଲେ ନାଏକ, କାର୍ତିକ ନାଏକ, ଯଜ୍ଞ ନାଏକ ଓ ଅନ୍ୟମାନଙ୍କ ବିରୋଧରେ ଏତଲା ଦାୟର କରାଯାଇଥିବା ଜଣାପଡିଛି। ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଗିରଫ କରିବାକୁ ଦାବି କରାଯାଇଛି।
[ad_2]




