ମେଟ୍ରୋରେ ଚୋରି କରୁଥିବା ବେଳେ ୟୁଟ୍ୟୁବରଙ୍କ କ୍ୟାମେରାରେ କଏଦ ହେଲେ ଦୁଇ ମହିଳାଚୋର – Kalinga News

[ad_1]
ନୂଆଦିଲ୍ଲୀ: ଯାତ୍ରା ସମୟରେ ଯାତ୍ରୀଙ୍କ ଠାରୁ ଲୁଟ ହେଉଥିବା ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ନିକଟରେ ମେଟ୍ରୋରେ ଜଣେ ମହିଳା ଚୋର ଚୋରି କରୁଥିବା ବେଳେ ଧରାପଡ଼ିଯାଇଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି।
ମେଟ୍ରୋରେ ମହିଳା ଚୋରଙ୍କ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି। ନିକଟରେ ୟୁଟ୍ୟୁବର ସିଣ୍ଟୁ ଗୁପ୍ତା ମେଟ୍ରୋରେ ଭିଡିଓ କରି ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ କ୍ୟାମେରା ଦୁଇଜଣ ମହିଳାଙ୍କୁ କୈଦ କରିଥିଲା। ଏହି ମହିଳା ଦୁଇଜଣକ ମେଟ୍ରୋରେ ଚଢ଼ିଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଧକ୍କା ଦେବାକୁ ଚେଷ୍ଟା କରୁଥିଲେ। ଯେତେବେଳେ ଉକ୍ତ ଯାତ୍ରୀମାନେ ନିଜକୁ ଭିଡ଼ରେ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ମହିଳା ଚୋର ସେମାନଙ୍କ ମନି ପର୍ସକୁ ଚୋରାଇ ନେଉଥିଲେ।
Kalesh inside Delhi Metro Over a Guy caught 2 women live stealing Money inside metro
pic.twitter.com/xuT3M8YwI8— Ghar Ke Kalesh (@gharkekalesh) March 19, 2024
ଏହାପରେ ମେଟ୍ରୋରୁ ବାହାରି ଯିବାକୁ ଉଦ୍ୟମ କରୁଥିବା ବେଳେ ୟୁଟ୍ୟୁବର ସିଣ୍ଟୁ ତାଙ୍କୁ ଅଟକାଇ ଦେଇଥିଲେ। ଆଉ ପର୍ସ ଚୋରି ହୋଇଥିବା ମହିଳାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ଦୁଇଚୋର ମହିଳାଙ୍କୁ ଷ୍ଟେସନରେ ଲୋକେ ନିସ୍ତୁକମାଡ଼ ମାରିବା ସହିତ ପୁଲିସ ଜିମା ଦେଇଥିଲେ।
[ad_2]