୩୦ ସପ୍ତାହ ଗର୍ଭବତୀ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ଅନୁମତି ଦେଲେ ସୁପ୍ରିମ୍କୋର୍ଟ – Kalinga News

[ad_1]
ନୂଆଦିଲ୍ଲୀ: ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ୩୦ ସପ୍ତାହ ଗର୍ଭବତୀ ନାବାଳିକାଙ୍କୁ ସୋମବାର ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ନାବାଳିକାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ତାଙ୍କ ଗର୍ଭପାତ ଆବେଦନକୁ ଖାରଜ କରିଥିଲେ। ତା’ପରେ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟ ଏବେ ନାବାଳିକା ଗର୍ଭବତୀଙ୍କୁ ତୁରନ୍ତି ଗର୍ଭପାତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ପ୍ରଧାନ ବିଚାରପତି (ସିଜେଇ) ଡି ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ମୁମ୍ବାଇର ସିଓନ୍ ହସ୍ପିଟାଲକୁ ଗର୍ଭପାତ କରିବାକୁ ଏକ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନାବାଳିକାଙ୍କୁ ନିରାପଦର ସହକାରେ ଚିକିତ୍ସା ସୁବିଧାକୁ ଯୋଗାଇ ଦିଆଯିବ ଓ ମହାରାଷ୍ଟ୍ର ସରକାର ଏହି ପ୍ରକ୍ରିୟାର ଖର୍ଚ୍ଚ ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୩ ମସିହାରେ ଗର୍ଭପାତ ପାଇଁ ପୀଡ଼ିତା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ପୀଡ଼ିତାଙ୍କ ମାଆ ତାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟକୁ ଯାଇଥିଲେ।
ପୀଡ଼ିତାଙ୍କ ମାଆଙ୍କ କହିବାନୁଯାୟୀ, ତାଙ୍କ ଝିଅ ୨୦୨୩ ମସିହାରେ ନିଖୋଜ ହୋଇଯାଇଥିଲେ। ତା’ପରେ ସେ ତିନି ମାସ ପରେ ମିଳିଥିଲେ। ସେ ତାହା ମଧ୍ୟରେ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ।
ପୋକ୍ସୋ ଅଧିନିୟମ ଅନୁଯାୟୀ ଏମ ମାମଲା ରୁଜୁ ହେବା ସହ ଝିଅଟି ପରିବାରକୁ ଫେରି ଆସିଥିଲା। ଏପ୍ରିଲ ୧୯ରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପୀଡ଼ିତାଙ୍କର ଶାରୀରିକ ଏବଂ ମାନସିକ ଅବସ୍ଥା ବିଷୟରେ ମୁମ୍ବାଇର ସିଓନ୍ ହସ୍ପିଟାଲରୁ ଏକ ରିପୋର୍ଟ ମାଗିଥିଲେ, ଯାହାର ଶୁଣାଣି ଏପ୍ରିଲ୍ ୨୨ (ଆଜି) ଥିଲା।
[ad_2]




