ଅପରାଧ

ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ଅଭିଯୁକ୍ତ ବଲରାଜ୍‌ ଗିଲ୍‌ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ/ କୋଲକାତା: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଘଟଣାରେ ଅନ୍ୟ ଜାଣ ଅଭିଯୁକ୍ତଙ୍କୁ ଗତକାଲି ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ପଳାତକ ଅଭିଯୁକ୍ତ ବଲରାଜ ଗିଲଙ୍କୁ ପଶ୍ଚିମବଙ୍ଗ ସୀମାରୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି।

ବଲରାଜ ଗିଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଅନ୍ୟ ଜଣେ ଅଭିଯୁକ୍ତ ରବି ବାନ୍ଦ୍ରାଙ୍କ ସହ ମିଶି ପୂର୍ବତନ ମଡେଲଙ୍କ ମୃତଦେହକୁ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ସେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ କୋଲକାତା ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି। ପୁଲିସ୍‌ ସୂଚନା ଦେଇଛି ଯେ ଅନ୍ୟ ଜଣେ ଅଭିଯୁକ୍ତ ରବି ବାନ୍ଦ୍ରା ମଧ୍ୟ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରହିଛି।

ଜାନୁଆରି ୨ ତାରିଖରେ ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲର ୧୧୧ ନମ୍ବର କୋଠରୀରେ ପୂର୍ବତନ ମଡେଲ ଦିବ୍ୟା ପାହୁଜାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହୋଟେଲ ମାଲିକ ଅଭିଜିତ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କୁ ପୂର୍ବରୁ ଗିରଫ କରାଯାଇସାରିଛି।

ପ୍ରତିଦିନ ମଡେଲଙ୍କ ହତ୍ୟା ଘଟଣାକୁ ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ସାସୁଛି। ଏହି ହତ୍ୟା ଘଟଣାରେ ଏବେ ମୁଖ୍ୟ ଅଭିଯୁକ୍ତ ତଥା ହୋଟେଲ ମାଲିକ ଅଭିଜିତଙ୍କ ପ୍ରେମିକା ସାମ୍ନାକୁ ଆସିଛନ୍ତି। ଏସଆଇଟିଙ୍କୁ ବି‌ଶେଷ ସୂତ୍ରରୁ ଖବର ମିଳିଛି କି, ଅଭିଜିତ ମଡେଲ ଦିବ୍ୟାଙ୍କୁ ହତ୍ୟା କରିବା ପରେ ମୃତଦେହ କେଉଁଠି ଫିଙ୍ଗିବେ ସେଥିପାଇଁ ଦିଲ୍ଲୀର ନଜଫଗଢ଼ରେ ରହୁଥିବା ତାଙ୍କ ପ୍ରେମିକାଙ୍କ ସାହାଯ୍ୟ ଲୋଡ଼ିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button