ଅପରାଧ

ତାଲା ଭାଙ୍ଗି ଘରୁ ୧୬ ଭରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ: ଥାନାରେ ଏତଲା ଦେଲେ ମହିଳା – Kalinga News

[ad_1]

ରାୟଗଡ଼ା: ତାଲା ପଡ଼ିଥିବା ଘରକୁ ଏବେ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ଅଳ୍ପ କିଛି ଦିନ ବ୍ୟବଧାନରେ ଘଟାଉଛନ୍ତି ଏଭଳି ଲୁଟ୍। ରାୟଗଡ଼ା ସହରରେ ଯଦି ଘର ମାଲିକ ଘରେ ତାଲା ଦେଇ କିଛି ଦିନ ପାଇଁ ବାହାରକୁ ଯାଆନ୍ତି ତେବେ କଥା ସରିଲା। ଦୁର୍ବୃତ୍ତଙ୍କ ଲୁଟର ଶିକାର ହେବା ଥୟ। ଯାହାର ଜ୍ଵଳନ୍ତ ଉଦାହରଣ ବାରମ୍ବାର ରାୟଗଡ଼ା ସହରରେ ଘଟୁଥିଲେ ବି ପୁଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ। ଏଭଳି ବାରମ୍ବାର ତାଲା ଭାଙ୍ଗି ଲୁଟ ଘଟଣାକୁ ନେଇ ସହରବାସୀଙ୍କ ପୁଲିସ ଉପରୁ ଭରସା ତୁଟି ଯାଇଛି।

ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ସାଇପ୍ରିୟା ନଗର ରୋଇତ କଲୋନୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ରାୟଗଡ଼ାର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ବ୍ରାହ୍ମଣ ସାହିରେ ତାଲା ଭାଙ୍ଗି ଲୁଟ ଘଟଣା ପରେ ସହରବାସୀଙ୍କ ପୁଲିସ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ହରାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଗତ ୨୮ ତାରିଖ ଗୁରୁବାର ମଧ୍ୟାହ୍ନରେ ବ୍ରାହ୍ମଣ ସାହି ବାସିନ୍ଦା ସୁପ୍ରଭା ଶତପଥୀ ପାରଳାଖେମୁଣ୍ଡି ଯାଇଥିଲେ। ଗତକାଲି ସନ୍ଧ୍ୟାରେ ରାୟଗଡ଼ା ଫେରି ଘରେ ପହଞ୍ଚିବା ପରେ ମେନ ଗେଟରେ ତାଲା ପଡ଼ିଛି। ଭିତରକୁ ଯାଇ ପ୍ରଥମ ଗ୍ରୀଲ ଏବଂ କବାଟ ତାଲା ପଡ଼ିଥିବା ରିଙ୍ଗକୁ କାଟିଥିବା ଦେଖିବାକୁ ପାଇଲେ। ପଡ଼ୋଶୀଙ୍କୁ ଡାକି ଜଣେଇବା ପରେ ଘରକୁ ଯାଇଥିଲେ। ଘର ଭିତରେ ରହିଥିବା ଦୁଇଟି ରୁମରେ ମଧ୍ୟ ସମାନ ଭାବରେ କବାଟ ତାଲା ରିଙ୍ଗକୁ କାଟି ଦୁଇଟି ଆଲମିରାରୁ ପ୍ରାୟ ୧୬ ଭରି ସୁନା ଗହଣା ସହ ପାଖାପାଖି ୮ ଭରି ରୁପା ଗହଣା ଲୁଟ କରି ନେଇଛନ୍ତି ଦୁର୍ବୃତ୍ତ।

ଏନେଇ ସୁପ୍ରଭା ଶତପଥୀ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଏସଡିପିଓ ରଶ୍ମିରଞ୍ଜନ ସେନାପତି, ଥାନା ଅଧିକାରୀ କେ କେ ବି କେ କହଁର,ଏସଆଇ ସଞ୍ଜୟଙ୍କ ସହ କୁକୁର ସ୍କ୍ବାଡ ପହଞ୍ଚିଥିଲେ। ପରେ ସ୍ଥାନୀୟ ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button