ମାତୃ ଦିବସରେ ମା’ଙ୍କୁ ନେଇ ମନ୍ଦିର ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ରକ୍ତାକ୍ତ ହେଲେ ଚେତନ – Kalinga News
[ad_1]
ନୂଆଦିଲ୍ଲୀ: ଚର୍ଚ୍ଚିତ କନ୍ନଡ ଅଭିନେତା ଚେତନ ଚନ୍ଦ୍ରାଙ୍କୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଚେତନଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଦୁର୍ବୃ୍ତ୍ତଙ୍କ ଆକ୍ରମଣରେ ଚେତନ ଗୁରୁତର ଭାବେ ଆହତ ହୋଇଥିବା ପୁଲିସରେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିନେତା ଚେତନ ଚନ୍ଦ୍ରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ଚେତନ ଯେଉଁ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳୁଛି। ତାଙ୍କ ଆଖିରେ ଆଘାତ ଲାଗିଥିବା ସହିତ ମୁହଁ ଓ ନାକରୁ ରକ୍ତ ବାହାରୁଛି। ତାଙ୍କ ପୋଷାକରେ ବି ରକ୍ତଦାଗ ଲାଗିଥିବା ନଜରକୁ ଆସିଛି।
ଏହି ଆକ୍ରମଣକୁ ନେଇ ଚେତନ କହିଛନ୍ତି, ‘ମାତୃଦିବସ ଦିନ ମୁଁ ମା’ଙ୍କୁ ନେଇ ମନ୍ଦିର ଯାଉଥିଲି। ଏହି ସମୟରେ ଗୁଣ୍ଡାମାନେ ଆସି ମୋ ଗାଡ଼ିକୁ ଧକ୍କା ଦେଇଥିଲେ। ମୁଁ ଏହାର କାରଣ ପଚାରିବାରୁ ହଠାତ କେଉଁଠାରୁ ୨୦ଜଣ ଲୋକ ଏକାଠି ଆସି ରୁଣ୍ଡ ହୋଇଯାଇଥିଲେ। ମୁଁ କିଛି ବୁଝିବା ପୂର୍ବରୁ ସେମାନେ ମୋ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏହି ଆକ୍ରମଣରେ ମୁଁ ଗୁରୁତର ଆହତ ହେବା ସହିତ ନାକର ହାଡ ଭାଙ୍ଗି ଯାଇଛି। ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ମହିଳା ବି ସାମିଲ ଥିଲେ। ଏହି ଘଟଣା ଅତ୍ୟନ୍ତ ଭୟାବହ ଥିଲା। ମୋତେ ନ୍ୟାୟ ଦରକାର।’
[ad_2]