୨ଟି ଏଟିଏମ୍ରୁ ୧୧ ଲକ୍ଷ ଲୁଟ୍ – Kalinga News

[ad_1]
ଖଇରା/ସୋର/କୁଆମରା: ବାଲେଶ୍ବରରେ ସକ୍ରିୟ ଏଟିଏମ୍ ଲୁଟେରା। ଗତକାଲି ରାତି ଦୁଇ ଦୁଇଟି ଏଟିଏମ୍ରୁ ପ୍ରାୟ ୧୧ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। କେବଳ ସେତିକି ନୁହେଁ, ଗୋଟିଏ ଏଟିଏମ୍କୁ ମଧ୍ୟ ଜାଳି ଦେଇଛନ୍ତି। ତେବେ ପୁଲିସ ଲୁଟେରାଙ୍କୁ ଧରିବା ଏବଂ ଟଙ୍କା ଜବତ କରିବାରେ ସକ୍ଷମ ହୋଇ ନଥିବା ବେଳେ ଗୋଟିଏ କାର୍ ଓ ଗ୍ୟାସ୍ କଟର୍ ଜବତ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ; ଖଇରା ଥାନା ତୁଡିଗଡିଆ ବଜାରରେ ଆକ୍ସିସ୍ ବ୍ୟାଙ୍କର ଏକ ଏଟିଏମ୍ ରହିଛି। ଗତକାଲି ରାତି ପ୍ରାୟ ୨ଟାରୁ ୨ଟା ୩୦ ମିନିଟ୍ ମଧ୍ୟରେ ଏକ ଧଳାରଙ୍ଗର ବ୍ରିଜା କାର୍ ଯୋଗେ କିଛି ଲୁଟେରା ଆସିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଉକ୍ତ ଏଟିଏମ୍ ଭିତରେ ପଶିଥିଲେ। ଗ୍ୟାସ୍ କଟର୍ରେ ଏଟିଏମ୍ କାଟି ସେଥିରେ ଥିବା ୪ ଲକ୍ଷ ୭୬ ହଜାର ୭ ଶହ ଟଙ୍କା ନେଇଯିବା ସହ ମେସିନ୍କୁ ଜାଳିଦେଇଥିଲେ। ଏନେଇ ସ୍ଥାନୀୟ ଲୋକେ ଖଇରା ଥାନା ଓ ଦମକାଳ ବାହିନୀକୁ ଖବର ଦେଇଥିଲେ। ଥାନା ଆଇଆଇସି ଗୟାଧର ବେହେରା ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହ ଜିଲ୍ଲା ପୁଲିସକୁ ଅବଗତ କରିଥିଲେ ଏବଂ ଦମକଳ ବାହିନୀ ନିଆଁ ଲିଭାଇଥିଲା। ତେବେ ରେମୁଣାଠାରେ ଏକ ପୁଲିସ ଟିମ୍ ଲୁଟେରାଙ୍କ ଗାଡ଼ିକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ହେଲେ ସେମାନେ ପୁଲିସ ଗାଡ଼ିକୁ ଧକ୍କା ଦେଇ ମୟୂରଭଞ୍ଜର ଖୁଣ୍ଟା ଆଡ଼କୁ ପଳାଇଯାଇଥିଲେ। ତେବେ ସ୍ଥାନୀୟ ରାଣୀବନ୍ଧ-ସୁହାଗପୁରା ରାସ୍ତାରେ ଥିବା ଏକ ବାଉଁଶ ପୋଲରେ କାର୍ଟି ଫସିଯାଇଥିଲା। ଫଳରେ ଲୁଟେରାମାନେ ଟଙ୍କା ନେଇ ଚମ୍ପଟ ମାରିଥିବା ବେଳେ ପୁଲିସ କାର୍ ଓ କାର୍ ଭିତରେ ଥିବା ଗ୍ୟାସ୍ କଟର୍ ଜବତ କରିଛି। କାର୍ଟି ଝାଡ଼ଖଣ୍ତର ବୋଲି ଜଣାପଡ଼ିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
ସୋରରେ ମଧ୍ୟ ଏକ ଏଟିଏମ୍ରୁ ଲୁଟ୍ ହୋଇଛି। ସୋର ଥାନା ଅଧୀନ ମଙ୍ଗଳପୁର ବଜାରରେ ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କର ଏକ ଏଟିଏମ୍ ରହିଛି। ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ଗ୍ୟାସ୍ କଟର୍ ସାହାଯ୍ୟରେ ମେସିନ୍କୁ କାଟି ସେଥିରେ ଥିବା ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ମାତ୍ର ୭ ମିନିଟ୍ରେ ସେମାନେ ଲୁଟ୍ କରି ପଳାଇଥିବା ସିସିଟିଭିରେ ରେକର୍ଡ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।
[ad_2]