ଅପରାଧ

ଉପହାରରେ ମିଳିଥିବା ଚକୋଲେଟ ଖାଇ ରକ୍ତବାନ୍ତି କଲା ଶିଶୁ – Kalinga News

[ad_1]

ନୂଆଦିଲ୍ଲୀ: ପଞ୍ଜାବ ପଟିଆଲାରୁ କିଛି ଦିନ ତଳେ ଜନ୍ମଦିନରେ କେକ୍‌ ଖାଇ ଜଣେ ନାବାଳିକର ମୃତ୍ୟୁ ହୋଇଥିଲା ବେଳେ ପଞ୍ଜାବର ଲୁଧିଆନାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚକୋଲେଟ୍‌ ଖାଇ ଦେଢ଼ ବର୍ଷର ଶିଶୁ ରକ୍ତବାନ୍ତି କରିଥିବା ଜଣାପଡ଼ିଛି।

ଅସୁସ୍ଥ ଶିଶୁର ସମ୍ପର୍କୀୟ ବିକ୍କି କହିଛନ୍ତି, କୁନି ଝିଅ ନିଜ ପରିବାର ସହ ପଟିଆଲାରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲା। ‌ସେଠାରେ ଶିଶୁକୁ ଉପହାରରେ ଚକୋଲେଟ୍‌ ମିଳିଥିଲା। ଘରେ ପହଞ୍ଚିବା ପରେ ଉକ୍ତ ଚକୋଲେଟକୁ ଶିଶୁ ଖାଇଥିଲା। କିଛିସମୟ ପରେ ତାର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଶିଶୁ ରକ୍ତ ବାନ୍ତି ବି କରିଥିଲା। ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ତାକୁ ହସ୍ପିଟାଲ ନେଇ ଯାଇଥିଲୁ। ସେଠାରେ ଡାକ୍ତର ତାର ଚିକିତ୍ସା ଜାରି ରଖିଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଯାଞ୍ଚ କରିଥିଲା। ଏହାପରେ କୁନି ଝିଅଟି ପାଇଁ ଚକୋଲେଟ୍‌ କିଣା ଯାଇଥିବା ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା। ଏହି ଚଢ଼ାଉ ସମୟରେ ଚକୋଲେଟ୍‌ ବ୍ୟବହାର ତାରିଖ ଚାଲି ଯାଇଥିବା ସତ୍ତ୍ବେ ତାକୁ ବିକ୍ରି କରାଯାଇଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ ଦୋକାନରୁ ଏକ୍ସପାଏରୀ ହୋଇଯାଇଥିବା ଆହୁରି ଅନେକ ଜିନିଷକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଜବତ କରିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button