ମାଆ ସ୍ନେହ ନ କରିବାରୁ ଘରୁ ଗହଣା ଓ ଟଙ୍କା ଚୋରାଇ ନେଲା ଝିଅ – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତମ ନଗର ଅଞ୍ଚଳସ୍ଥିତ ନିଜ ମାଆଙ୍କ ଘରୁ ଚୋରି କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ୩୧ ବର୍ଷୀୟା ମହିଳାଙ୍କୁ ଗିରଫ କରିଥିବା କଥା ରବିବାର ଦିନ କହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିଛି, ଅର୍ଥ ଆବଶ୍ୟକ ଥିବାରୁ ଏବଂ ‘ମାଆ ତାଙ୍କୁ ସ୍ନେହ’ କରୁ ନ ଥିବା ଅନୁଭବ କରି ଝିଅ ମାଆଙ୍କ ଘରୁ ନଗଦ ୨୫ ହଜାର ଟଙ୍କା, ସୁନା ଓ ରୁପା ଗହଣା ଚୋରାଇ ନେଇଛି।
ପୁଲିସ ଠାରୁ ସୂଚନା ସଂଗ୍ରହ କରି ନିଉଜ୍ ଏଜେନ୍ସି ‘ପିଟିଆଇ’ ରିପୋର୍ଟ କରିଛି, ଜାନୁଆରି ୩୦ ତାରିଖ ଅପରାହ୍ଣ ୨ଟାରୁ ୨.୩୦ ମଧ୍ୟରେ ଏହି ଘଟଣା ଘଟିଥିଲା।

ତଦନ୍ତକାରୀମାନେ ସେ ଅଞ୍ଚଳରୁ ପ୍ରମାଣ ସଂଗ୍ରହ କରି ଜାଣିଲେ ଯେ, ଅଭିଯୋଗକାରିଣୀ ମହିଳାଙ୍କ ଝିଅ ଶ୍ବେତା କଳାବୁର୍ଖା ପିନ୍ଧି ଘରକୁ ପଶିଥିଲେ। ଶ୍ବେତାଙ୍କୁ ପଚରା ଉଚରା କରିବାରୁ ସେ ଅପରାଧ କରିଥିବା କଥା ସ୍ବୀକାର କଲେ। ସେ କହିଥିଲା କି, ତାଙ୍କର ଆର୍ଥିକ ଅସୁବିଧା ଥିଲା। ଏହାଛଡ଼ା, ତାଙ୍କର ମନେ ହେଉଥିଲା ଯେ, ମାଆ ତାଙ୍କୁ କମ୍ ଓ ସାନଝିଅକୁ ଅଧିକ ସ୍ନେହଶ୍ରଦ୍ଧା କରୁଛନ୍ତି।
ଦ୍ବରକା ଡେପୁଟି ପୁଲିସ କମିସନର୍ ଅଙ୍କିତ ସିଂହ ଗଣମାଧ୍ୟମକୁ କହିଛନ୍ତି, ଅପରାଧ କରିଥିବା ସ୍ବୀକାର କରି ସେ ପୁଲିସକୁ କହିଛନ୍ତି ଯେ, ମୋଆ ତାଙ୍କଠାରୁ ସାନଭଉଣୀକୁ ଅଧିକ ଶ୍ରଦ୍ଧା କରୁଥିଲେ। ତା’ଛଡ଼ା ତାଙ୍କର ବି ଆର୍ଥିକ ସଙ୍କଟ ଥିଲା। ତେଣୁ, ସେ ଘରୁ ଚୋରି କରିବାକୁ ଯୋଜନା କରିଥିଲେ। ସେ ତାଙ୍କ ସାନ ଭଉଣୀର ଗହଣା ମଧ୍ୟ ଚୋରାଇ ନେଇଛନ୍ତି।
ଏସବୁ ଗହଣା ସେ ସ୍ଥାନୀୟ ଅଳଙ୍କାର ଦୋକାନରେ ବିକ୍ରି କରିଥିବା କଥା ବି କହିଛନ୍ତି।
[ad_2]