ରାଜନୀତି

ସୁନ୍ଦରଗଡ଼ ରାଜନୀତିରେ ନୂଆ ଚର୍ଚ୍ଚା: ବିଧାନସଭା ଲଢ଼ିବେ ଜୁଏଲ୍‌! – Kalinga News

[ad_1]

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକସଭା ପାଇଁ ବିଜେପି ପୁଣିଥରେ ସାଂସଦ ଜୁଏଲ୍‌ ଓରାମଙ୍କୁ ହିଁ ପ୍ରାର୍ଥୀ କରିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା। କାରଣ ଟାଣୁଆ ଆଦିବାସୀ ନେତା ଜୁଏଲ୍‌ ଏହି ଆସନରୁ ସିରିଜ ବିଜୟ ସହ ୨୦୧୯ରେ ରେକର୍ଡ ଭୋଟରେ ଜିତିଥିଲେ। କିନ୍ତୁ ଏବେ ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ପଦାକୁ ଆସିଛି। ୫ ପାଳିର ସାଂସଦ ଜୁଏଲ ଓରାମ ଏଥର ଲୋକସଭା ଲଢ଼ିବେନି। ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଚାହୁଛି। ଏହା ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ଜାନୁଆରି ୪ ଓ ୫ ତାରିଖରେ ରାଉରକେଲା ମେଫେୟାରରେ ଅନୁଷ୍ଠିତ ବିଜେପିର ଚିନ୍ତନ ଶିବିରରେ ଏ ସମ୍ପର୍କରେ ବିଚାରବିମର୍ଶ ହୋଇଥିବା ଶୁଣିବାକୁ ମିଳିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନର ସଫଳତା ପରେ ବିଜେପି ସେହି ଢାଞ୍ଚାରେ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ବିଧାନସଭା ପାଇଁ ମଇଦାନକୁ ଉତାରିବାକୁ ଚାହୁଁଛି। ଦଳ ତାଙ୍କୁ ବଣାଇ ବିଧାନସଭାରେ ଛିଡ଼ା କରିବାକୁ ଚାହୁଥିବାବେଳେ ଜୁଏଲ୍‌ କିନ୍ତୁ ବଣାଇ ପରିବର୍ତ୍ତେ ସୁନ୍ଦରଗଡ଼ ସଦର ବିଧାନସଭାରୁ ଲଢ଼ିବାକୁ ମନ ବଳାଇଥିବା କଥା ଚର୍ଚ୍ଚାକୁ ଆସିଛି। ଯଦି ଜୁଏଲ୍‌ ବିଧାନସଭା ଲଢ଼ନ୍ତି ତାହେଲେ ଆସନ୍ତା ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ।

ଜୁଏଲ ଯଦି ‌ବିଧାନସଭା ଲ‌ଢ଼ିବେ, ବିଜେପି ଲୋକସଭାରେ କାହାକୁ ପ୍ରାର୍ଥୀ କରିବ, ବିଜେଡିର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କୁ ଟକ୍କର ଦେଲା ଭଳି ପ୍ରାର୍ଥୀ କିଏ ହେବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଆଦିବାସୀଙ୍କ ପାଇଁ ସଂରକ୍ଷିତ ରାଜ୍ୟର ଅନ୍ୟତମ ବଡ଼ ଲୋକସଭା କ୍ଷେତ୍ର ସୁନ୍ଦରଗଡ଼ ୧୯୫୧ରୁ ୭ ଥର କଂଗ୍ରେସ ଦଖଲରେ ଥିଲା। ୧୯୯୮ରେ ଆସନକୁ ବିଜେପିର ଟାଣୁଆ ନେତା ଜୁଏଲ ଓରାମ କଂଗ୍ରେସ ହାତରୁ ଛଡ଼ାଇ ନେଇଥିଲେ। ତା ପରଠୁ ୨୦୦୯ ବ୍ୟତୀତ ଶ୍ରୀ ଓରାମ ଏହି ଆସନ‌କୁ କବ୍‌ଜା କରି ରଖିଛନ୍ତି। ୨୦୦୯ରେ ଥରେ ମାତ୍ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ଜୁଏଲଙ୍କୁ ପରାଜୟର ମୁହଁ ଦେଖାଇଥିଲେ। ଏହା ପରଠାରୁ ଜୁଏଲଙ୍କୁ ସୁନ୍ଦରଗଡ଼ ଭୋଟର ପ୍ରଥମ ପସନ୍ଦ ଭାବେ ନିର୍ବାଚିତ କରି ଆସୁଛନ୍ତି। ତେ‌ବେ ୨୦୧୪ରେ ଜୁଏଲଙ୍କୁ କଡ଼ା ଟକ୍କର ଦେଇଥିଲେ ହକି ମହାନାୟକ ଦିଲୀପ। ଦିଲୀପଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିଲା। ଉକ୍ତ ନିର୍ବାଚନରେ ମାତ୍ର ୧୪ ହଜାର ଭୋଟରେ ଜୁଏଲ ବିଜୟୀ ହୋଇ ମୋଦୀ ମନ୍ତ୍ରିମଣ୍ଡଳରେ ରାଜ୍ୟର ଏକମାତ୍ର ସାଂସଦ ଭାବେ ସ୍ଥାନ ପାଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ ନିଜ ଆଧିପତ୍ୟ ସାଂଗକୁ ମୋଦୀ ଲହର ଯୋଗୁ ସେ ରେକର୍ଡ ୨ ଲକ୍ଷ ୨୩ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା କେନ୍ଦୁଡିହିରେ ୧୯୬୧ରେ ଜନ୍ମିତ ଶ୍ରୀ ଓରାମ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିପ୍ଳୋମା ଶିକ୍ଷା ଶେଷ କରିବା ପରେ ବିଏଚ୍‌ଇଏଲ୍‌ ଅଧୀନରେ ୬ ବର୍ଷ ଚାକିରି କରି ୧୯୮୯ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ବିଜେପିରୁ ବଣାଇ ବିଧାୟକ ଭାବେ ୨ ଥର ନିର୍ବାଚିତ ହେବାପରେ ଦଳ ତାଙ୍କୁ ୧୯୯୮ରେ ଲୋକସଭା ପ୍ରାର୍ଥୀ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button