ଅପରାଧ

ଚୋରା ବାଇକ୍‌ ଯାଉଛି କବାଡ଼ିକୁ; ବନ୍ଧାହେଲା ଲୁଟେରା, କବାଡିବାଲା ଫେରାର୍‌  – Kalinga News

[ad_1]

ଖୋର୍ଦ୍ଧା: ବାଇକ୍‌ ମାଲିକ ସାବଧାନ! ଖୋର୍ଦ୍ଧା ସହରରୁ ଚୋରି ହେଉଥିବା ବାଇକ୍‌ ଯାଉଛି କବାଡ଼ିକୁ। ସେଠାରେ ଗାଡିକୁ କଟାକଟି କରି ବିକ୍ରିବଟା ଚାଲୁଛି। ଖୋର୍ଦ୍ଧା ସହରରୁ ତୁହାକୁ ତୁହା ବାଇକ୍‌ ଚୋରି ହେଲା ପରେ ଟାଉନ ଥାନା ପୁଲିସ ଘଟଣାର ତନାଘନା କରି ଗୋଟିଏ ମାମଲାର ପର୍ଦ୍ଦାଫାସ କରିଛି। ଘଟଣାରେ ଜଙ୍କିଆ ଥାନା ବଣିଆଟାଙ୍ଗି ଅଞ୍ଚଳର ଅଭିଯୁକ୍ତ ବିଶ୍ବଜିତ୍‌ ସେନାପତି(୨୬)ଙ୍କୁ ପୁଲିସ ଗିରଫ କରିଛି। 

ସୂଚନା ମୁତାବକ, ବିଶ୍ବଜିତ୍‌ ଏ ଚୋରି ଘଟଣା ଭିଆଇଥିଲା ଗଲା ଦୁଇ ତାରିଖରେ। ଜଙ୍କିଆ ଥାନା ମଳିପଡ଼ା ଅଞ୍ଚଳର ଶ୍ରୀରାମ ବିଶ୍ବାଳ ନିଜର ବାଇକ୍‌ଟିକୁ(ଓଡ଼ି ୩୩ଏନ୍‌-୬୫୫୩) ଡାକ୍ତରଖାନା ପରିସରରେ ରଖିଥିଲେ। ଭିତରକୁ ଯାଇ ଫେରିଲା ବେଳକୁ ତାଙ୍କର ବାଇକ୍‌ କିଏ ଗାଏବ କରି ସାରିଥିଲା। ବହୁ ଖୋଜାଖୋଜି ପରେ ବି ବାଇକ୍‌ର ପତ୍ତା ନ ମିଳିବାରୁ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଟାଉନ ଥାନା ଅଧିକାରୀ ସଞ୍ଜୟ ନାୟକ ମାମଲାର ତନାଘନା କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ବାଇକ୍‌କୁ ନେଇ ବାଜପୁରକୁ ପଳାଇଥିଲା। ସେଠି କବାଡ଼ିବାଲା ପାଖରେ ବାଇକ୍‌କୁ ସବୁ ଖଣ୍ଡ ବିଖଣ୍ଡିତ କରି ଘରକୁ ଆଣିଥିଲା। ଘରୁ ବାଇକ୍‌ର ସବୁ ଅଂଶ ଜବତ କରାଯାଇଛି। ଚୋରା ବାଇକ୍‌ କାଟିଥିବା କବାଡ଼ିବାଲା ଫେରାର୍‌ ଅଛି। ତା’ ନାଁରେ ବି ମାମଲା ରୁଜୁ  ହୋଇଛି ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button