ସେକ୍ସ ସ୍କାଣ୍ଡାଲ ମାମଲା: ଦେବରାଜେ ଗୌଡ଼ା ଗିରଫ – Kalinga News

[ad_1]
ବେଙ୍ଗାଲୁରୁ: ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ବିଜେପି ନେତା ଦେବରାଜେ ଗୌଡ଼ା ଶୁକ୍ରବାର ରାତିରେ ଗିରଫ ହୋଇଛନ୍ତି। ପୁଲିସ ଅନୁଯାୟୀ ଦେବରାଜେ ଗୌଡ଼ା ଜଣେ ଓକିଲ ଯିଏ କି ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରଜ୍ବଳ ରେବନ୍ନାଙ୍କ ସମ୍ପୃକ୍ତି ଥିବା ସେକ୍ସ ସ୍କାଣ୍ଡାଲ ମାମଲାରେ ହାସନ ପୁଲିସ ଦେବରାଜେ ଗୌଡ଼ାଙ୍କୁ ଖୋଜୁଥିବା ବେଳେ ଆଜି ତାଙ୍କୁ ଚିତ୍ରଦୁର୍ଗ ଜିଲ୍ଲାର ଗୁଲିହାଲ ଟୋଲଗେଟ୍ ନିକଟରୁ ଗିରଫ କରାଯାଇଥିଲା। ହଜାର ହଜାର ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ବେଳେ ଏଥିରେ ପ୍ରଜ୍ବଳ ଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ୩୩ ବର୍ଷୀୟ ପ୍ରଜ୍ବଳ ରେବନ୍ନା ହେଉଛନ୍ତି ହାସନ ଲୋକସଭା ଆସନର ପ୍ରତିନିଧି ଏବଂ ସେ ଏହି ଆସନରୁ ପୁନର୍ବାର ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ଜେଜେବାପା ତଥା ଜେଡିଏସ୍ ସୁପ୍ରିମୋ ଦେବଗୌଡ଼ା ଦେଶର ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ କାକା ଏଚ୍ଡି କୁମାରସ୍ବାମୀ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବାପା ଏଚ୍ଡି ରେବନ୍ନା ହେଉଛନ୍ତି ଜଣେ ଜେଡିଏସ୍ ବିଧାୟକ। ଏଚ୍ଡି ରେବନ୍ନା ମଧ୍ୟ ସେକ୍ସ ସ୍କାଣ୍ଡାଲ୍ ସଂପର୍କିତ ଏକ ଅପହରଣ ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି।
[ad_2]




