ଅପରାଧ

‘ଝିଅ ପାଇଁ ବହୁତ ଆଶା ରଖିଥିଲି ଆଜ୍ଞା, ପୁତ୍ର ସନ୍ତାନ ଜନ୍ମ ହେବାରୁ ହତ୍ୟା କରିଦେଲି’: ହତ୍ୟାକାରୀ ବାପା – Kalinga News

[ad_1]

ଭୋପାଳ: ମଧ୍ୟପ୍ରଦେଶର ବେତୁଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ଝିଅ ଆଶାରେ ତାଙ୍କ ୧୨ଦିନର ଶିଶୁପୁତ୍ରକୁ ହତ୍ୟା କରି ଦେଇଛନ୍ତି। ଏହି ଘଟଣାର ଅଭିଯୋଗ ପରେ ପୁଲିସ ହତ୍ୟାକାରୀ ବାପା ଅନିଲଙ୍କୁ ଗିରଫ କରି ନେଇଛି।

ଗିରଫ ପରେ ହତ୍ୟାକାରୀ ବାପା ଅନିଲ ପୁଲିସ ନିକଟ‌ରେ ନିଜ ଦୋଷ ସ୍ବୀକାର କରି କହିଥିଲେ କି, ‘ମୋର ପୂର୍ବରୁ ଦୁଇପୁଅ ଅଛନ୍ତି। ଜଣକ ବୟସ ୭ ବର୍ଷ ହୋଇଥିବା ବେଳେ ୫ବର୍ଷର ସାନପୁଅ ରହିଛି।  ଦୁଇପୁଅ ପରେ ମୋ ସ୍ତ୍ରୀ ଯେତେବେଳେ ଅନ୍ତସତ୍ତ୍ବା ହେଲା ମୁଁ ଝିଅ ହେବ ବୋଲି ପୂରା ଭାବି ନେଇଥିଲି। କିନ୍ତୁ ଯେତେବେଳେ ପୁଅ ହେଲା ବୋଲି ଶୁଣି ଥିଲି। ମନ ଭାଙ୍ଗିଯାଇଥିଲା।

ପୁଅକୁ ୧୨ଦିନ ହୋଇଥିବା ବେଳେ ଘରେ ସମସ୍ତେ ନିଜ କାମରେ ବ୍ୟସ୍ତ ଥିବା ବେଳେ ମୁଁ ମୋ ନବଜାତ ପୁଅକୁ ହତ୍ୟା କରି ଦେଇଥିଲି। ଏସମୟରେ ମୁଁ ମଦ ନିଶାରେ ଥିବାରୁ ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲି। ତେବେ ମୋର ଏଭଳି କାଣ୍ଡ ପାଇଁ ପରିବାରର ପ୍ରତିଟି ସଦସ୍ୟ କାନ୍ଦୁଛନ୍ତି। ୧୨ଦିନର ପୁଅକୁ ହରାଇ ମୋ ସ୍ତ୍ରୀ ପାଗଳପ୍ରାୟ ହୋଇଯାଇଛି। କାନ୍ଦିକାନ୍ଦି ତାର ଚେତ‌ା ରହୁନାହିଁ। ‌ମୋ ଦ୍ବାରା ହୋଇଥିବା ଭୁଲ ପାଇଁ ମୋତେ ଯାହା ଦଣ୍ଡ ଦିଆଯିବ ମୁଁ ସ୍ବୀକାର କରିବି।’

ତେବେ ବାରମ୍ବାର ଶିଶୁ କନ୍ୟା ଆଲୋଡା ହେଉଥିବାର ଖବର ସାମ୍ନାକୁ ଆସୁଥିବା ବେଳେ ଝିଅ ପାଇଁ ପୁତ୍ର ସନ୍ତାନଙ୍କୁ ବାପା ହତ୍ୟା କରିବାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button