ମହିଳାଙ୍କୁ ଗର୍ଭବତୀ କଲେ ପୁରୁଷଙ୍କୁ ମିଳୁଛି ୧୩ ଲକ୍ଷ ଟଙ୍କା ସେକ୍ସ୍ କଲେ ୫ ଲକ୍ଷ
ସାବଧାନ ପୁରୁଷ ମାନେ, ମାତିଛନ୍ତି ଗର୍ଭବତୀ କରାଉଥିବା ଗ୍ୟାଙ୍ଗ
ମହିଳାଙ୍କୁ ଗର୍ଭବତୀ କଲେ ପୁରୁଷଙ୍କୁ ମିଳୁଛି ୧୩ ଲକ୍ଷ ଟଙ୍କା
ଗର୍ଭବତୀ କରି ନପାରିଲେ ମିଳିବ ସାନ୍ତ୍ୱନା ମୂଳକ ୫ଲକ୍ଷ ଟଙ୍କା
ଜାଣନ୍ତୁ ସମ୍ପୂର୍ଣ ଘଟଣା, ଯେତିକି ଆଶ୍ଚର୍ୟ୍ଯ ସେତିକି ରହସ୍ୟ
ମହିଳାଙ୍କୁ ଗର୍ଭବତୀ କରିଦେଲେ ପୁରୁଷ ମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ, ଆଉ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ବି, ଯଦି ମହିଳା ଗର୍ଭବତୀ ନହୁଅନ୍ତି , ତେବେ ମନଦୁଃଖ କରିବାର ନାହିଁ। ଗର୍ଭବତୀ ନହେଲେ ବି ପୁରୁଷ ଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ ପାଇଁ ୫ଲକ୍ଷ ଟଙ୍କା ମିଳିବ।
ହଁ ଦର୍ଶକ ବନ୍ଧୁ, ଟଙ୍କା ରୋଜଗାର କରିବା ପାଇଁ ଆଜିକାଲିର ଲୋକ ମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି। ଆଜିର ଯୁବପିଢିରେ ଅନେକ ଯୁବକ ଖରାପ ରାସ୍ତାରେ ଯାଇ ଅନ୍ୟାୟ ଉପାୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । ଠିକ୍ ସେମିତି ଅସତ୍ ଉପାୟରେ ଟଙ୍କା ରୋଜଗାର କରୁଥିବା ଏକ ଗର୍ଭବତୀ ଗ୍ୟାଙ୍ଗ ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲା ପରେ ପୁରୁଷ ମାନେ ବି ଆଶ୍ଚର୍ଯ୍ୟ ହୋଇ ପଡ଼ିବେ।
ମହିଳାଙ୍କୁ ଗର୍ଭବତୀ କରିବା ପାଇଁ ପୁରୁଷମାନଙ୍କୁ ୧୩ ଲକ୍ଷ ଟଙ୍କାର ଅଫର ଦେଉଥିଲେ, ଆଉ ସେହି ଅଭିଯୋଗରେ ବିହାରରେ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ‘ଅଲ୍ ଇଣ୍ଡିଆ ପ୍ରେଗ୍ନାଣ୍ଟ ଜବ୍ ସର୍ଭିସ୍’ ନାମରେ ଏକ ରାକେଟ୍ ଚଳାଉଥିଲେ ବୋଲି ପୁଲିସ କହିଛି। ବିହାରର ନଓ୍ୱାଡାରେ ଏହି ଗିରଫଦାରୀ କରାଯାଇଛି। ପୁଲିସ କହିଛି ଯେ ଅଭିଯୁକ୍ତମାନେ ହ୍ୱାଟ୍ସଆପ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ପୁରୁଷମାନଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କୁ ସେମାନଙ୍କ ‘ସେବା’ ବଦଳରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଥିଲେ। ମହିଳା ମାନଙ୍କୁ ଗର୍ଭବତୀ କରିବା ପାଇଁ ଇଚ୍ଛୁକ ଥିବା ଲୋକ ମାନଙ୍କୁ ୭୯୯ ଟଙ୍କା ପଞ୍ଜୀକରଣ ଶୁଳ୍କ ଦେବାକୁ କୁହାଯାଉଥିଲା। ଆଉ ପଞ୍ଜୀକରଣ ପରେ ଗ୍ୟାଙ୍ଗ୍ ସେମାନଙ୍କୁ କିଛି ଫଟୋ ଦେଇ ନିଜ ପସନ୍ଦର ଜଣେ ମହିଳାଙ୍କୁ ବାଛିବାକୁ କହୁଥିଲା, ଯାହାକୁ ସେମାନେ ଗର୍ଭବତୀ କରିବାକୁ ଚାହୁଥିଲେ। ଏହାପରେ ମହିଳା ଜଣକ କେତେ ସୁନ୍ଦର ସେହି ଅନୁସାରେ ସେମାନଙ୍କୁ ୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସିକ୍ୟୁରିଟି ରାଶି ଜମା କରିବାକୁ କୁହାଯାଉଥିଲା।
ଆଉ ମହିଳା ଗର୍ଭବତୀ ହେଲେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଉଥିଲା। ତେବେ ଗର୍ଭବତୀ କରିବାରେ ବିଫଳ ହେଲେ ମଧ୍ୟ ସେମାନଙ୍କୁ ୫ ଲକ୍ଷ ଟଙ୍କା ସାନ୍ତ୍ୱନା ମୂଳକ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦିଆଯାଉଥିଲା ବୋଲି କହିଛନ୍ତି ନଓ୍ୱାଡାର ପୁଲିସ ଅଧୀକ୍ଷକ କଲ୍ୟାଣ ଆନନ୍ଦ। ବିହାର ପୁଲିସର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ନଓ୍ୱାଡାରେ ଚଢ଼ଉ କରିବା ସହ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ମୋବାଇଲ୍ ଫୋନ୍ ଓ ପ୍ରିଣ୍ଟର ଜବତ କରିଥିବା ବେଳେ ମାଷ୍ଟରମାଇଣ୍ଡ ସମେତ ବାକି ଅଭିଯୁକ୍ତଙ୍କୁ ଖୋଜିବା ଉଦ୍ୟମ ଜାରି ରହିଛି। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।