ସ୍ୱାସ୍ଥ୍ୟ

ଶୀତଦିନେ ଆପଣଙ୍କୁ ସୁରକ୍ଷା ଦେବ ସୋରିଷ ତେଲ, ଜାଣନ୍ତୁ ଉପକାରିତା

ସୋରିଷ ତେଲ ସମସ୍ତଙ୍କ ଘରେ ପ୍ରାୟତଃ ମିଳିଥାଏ। ଖାଦ୍ୟର ସ୍ଵାଦ ବଢାଇବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ସୋରିଷ ତେଲର ଉପକାରିତା ସମ୍ପର୍କରେ ଜାଣିବା  ।Yellow Mustard Seeds

  • ସୌନ୍ଦର୍ଯ୍ୟ ପ୍ରସାଧନରେ ତେଲ ସହ ମୁଲତାନୀ ମାଟିର ପ୍ରୟୋଗ ଗୁଣକାରୀ। ଏଥିରେ ସୋରିଷ ଓ ଜଡ଼ା ତେଲ ମିଶାଇ ଯାଇପାରେ। ପ୍ରଥମେ ମୁଲତାନୀ ମାଟିକୁ ପାଣିରେ କିଛି ସମୟ ଭିଜାନ୍ତୁ। ତାପରେ ସେଥିରେ ତେଲ ମିଶାଇ ମାସ୍କ ପରି ଲଗାନ୍ତୁ। ହାଲକା ଉଷୁମ ପାଣିରେ ଧୁଅନ୍ତୁ। ଏହା ତ୍ୱଚାକୁ ଉଜ୍ବଳ କରିବ।
  • ସୋରିଷ ତେଲରେ ହଳଦୀ ମିଶାଇ ମୁହଁ ଅବା ପୁରା ଶରୀରରେ ଲଗାଯାଇପାରେ। ତେଲ ହଳଦୀ ପ୍ରତ୍ୟହ ଲଗାଇଲେ ତ୍ୱଚା ଉଜ୍ବଳ ଓ କାନ୍ତିଯୁକ୍ତ ହୁଏ।Organic Pure Mustard Oil - AgriQuarTiles
  • ଓଠ ଫାଟିଲେ ରାତିରେ ଶୋଇବା ସମୟରେ ନାଭିରେ ଗୋଟିଏ ବୁନ୍ଦା ସୋରିଷ ତେଲ ପକାନ୍ତୁ, ଓଠ ଫାଟିବା ବନ୍ଦ ହୋଇଯିବ।
  • ସୋରିଷ ତେଲରେ ଦେହ ମାଲିସ କରି ଖରାରେ ଠିଆ ହେଲେ ତ୍ୱଚା ସମସ୍ୟା ଦୂରହେବ।
  • ୧୦୦ ଗ୍ରାମ ସୋରିଷ ତେଲରେ ଗୋଟିଏ ବୁନ୍ଦା ରସୁଣ ପକାଇ ଫୁଟାନ୍ତୁ, ତାପରେ ଥଣ୍ଡା ହେଲେ ଛାଣି କରି କେଶରେ ମାଲିସ କଲେ କେଶ ଝାଡ଼ିବା ବନ୍ଦ ହେବ।
  • ସୋରିଷ ତେଲରେ ଦୁବ ପକାଇ ଧିମା ଆଞ୍ଚରେ ବସାନ୍ତୁ। ଥଣ୍ଡା ହେଲେ କେଶରେ ଲଗାନ୍ତୁ। କେଶ ଝାଡ଼ିବା ବନ୍ଦ ହୋଇଯିବ।
  • ଗୋଇଠି ଫାଟିଲେ ସୋରିଷ ତେଲକୁ ରସୁଣ ସହ ମିଶାଇ ଉଷୁମ କରି ଲଗାଇଲେ ଏହି ସମସ୍ୟାରୁ ରକ୍ଷା ମିଳିବ।
Wood Pressed Mustard Oil-Unrefined & Unfiltered Cooking Oil 1L – Herbsense
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button