ଅପରାଧ

ପତ୍ନୀକୁ ରିଲ୍‌ କରିବାକୁ ବାରଣ କରିବାରୁ ପତିଙ୍କୁ ହତ୍ୟା – Kalinga News

[ad_1]

ପାଟଣା: ସାମାଜିକ ଗଣମାଧ୍ୟମରେ ରିଲ୍‌ ଏବେ ଏକ ସଂକ୍ରମଣ ଭଳି ପ୍ରଭାବ ବିସ୍ତାର କରିଚାଲିଛି। ଏହାର ପ୍ରଭାବରେ ଆବାଳବୃଦ୍ଧବନିତା କବଳିତ ହୋଇଛନ୍ତି। ରିଲ୍‌ କରିବା ବେଳେ କେହି ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ିଛି ତ କିଏ ରିଲ୍‌ କରିବାକୁ ବାରଣ କରିବାରୁ କେହି ଆତ୍ମହତ୍ୟା କରୁଛି। ରିଲ୍‌କୁ ନେଇ ହତ୍ୟା ଭଳି ଜଘନ୍ୟ ଘଟଣା ମଧ୍ୟ ଘଟିଛି। ଏବେ ବିହାରର ବେଗୁସରାଇରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ନିଜର ପତ୍ନୀଙ୍କୁ ରିଲ୍‌ କରିବାକୁ ବାରଣ କରିବାରୁ ଶ୍ବଶୂର ଘରର ସଦସ୍ୟମାନେ ମିଶି ହତ୍ୟା କରିଦେଇଛନ୍ତି।

ମାମଲାରୁ ମଳିଥିବା ସୂଚନାନୁସାରେ, ରାଣୀ କୁମାରୀଙ୍କୁ ୬ ବର୍ଷ ପୂର୍ବେ ଫାଫୌତ ଗାଁର ମାହେଶ୍ବର କୁମାର ରାୟ(୨୫) ବିବାହ କରିଥିଲେ। ବର୍ତମାନ ସେମାନଙ୍କର ୫ ବର୍ଷର ଏକ ପୁତ୍ର ସନ୍ତାନ ରହିଛି। ମାହେଶ୍ବର କୋଲକାତାରେ ଦିନ ମଜୁରିଆ ଭାବେ କାମ କରନ୍ତି ଓ ନିକଟରେ ସେ ନିଜ ଗାଁକୁ ଫେରିଥିଲେ। ସେ ନିଜର ପତ୍ନୀ ରିଲ୍‌‌ର ପ୍ରେମରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ରାଣୀଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ୯୫୦୦ ଫଲୋଅର୍ସ ଥିବା ବେଳେ ୫୦୦ରୁ ଅଧିକ ରିଲ୍‌ ପୋଷ୍ଟ କରିଥିଲେ। ଏହାକୁ ସେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଗତକାଲି ରାତିରେ ମାହେଶ୍ବର ନିଜର ଶ୍ବଶୂର ଘରକୁ ଯାଇ ସେଠାରୁ ଆଉ ଫେରିନଥିଲେ। ମାହେଶ୍ବରଙ୍କ ଭାଇ ରୁଦାଲ୍‌ ଅନେକ ଫୋନ୍‌ କରି ବିଫଳ ହେବାରୁ ମାହେଶ୍ବରଙ୍କ ଶ୍ବଶୂର ଘରକୁ ଯାଇ ସେଠାରେ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଥିଲା। ପରିବାରର ସଦସ୍ୟମାନେ ମୃତ ଦେହକୁ ଦାହସଂସ୍କାର କରିବାକୁ ଯୋଜନା କରୁଥିଲେ। ଏନେଇ ସେ ପୁଲିସ ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ଶ୍ବଶୂର ଘର ଲୋକେ ତାଙ୍କ ଭାଇକୁ ମାରିଦେଇ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଶ୍ବଶୂର ଘରର ସମସ୍ତ ସଦସ୍ୟ ଫେରାର୍‌ ହୋଇଯାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button