ଅପରାଧ

ଏୟାରହଷ୍ଟେସଙ୍କ ମଳାଶୟରୁ ବାହାରିଲା ୯୬୦ଗ୍ରାମ ସୁନା – Kalinga News

[ad_1]


ନୂଆଦିଲ୍ଲୀ: କେରଳର କନ୍ନୁର ବିମାନବନ୍ଦରରେ ଏୟାର ଏକ୍ସପ୍ରେସର ଜଣେ ‌ଏୟାରହଷ୍ଟେସଙ୍କ ପାଖରୁ ଏକକିଲୋ ସୁନା ଜବତ କରାଯିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।  ଏହି ଘଟଣା ପରେ ଉକ୍ତ ଏୟାରହଷ୍ଟେସଙ୍କୁ ପୁଲିସ ଗିରଫ କରି ହେପାଜତକୁ ନେଇ ଯାଇଛି। ଗିରଫ ଏୟାରହଷ୍ଟେସଙ୍କ ନାମ ସୁରଭି ଖାତୁନ। ଯିଏକି କୋଲକତାରେ ବସବାସ କରନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଗୁଲିନ୍ଦା ବିଭାଗରୁ ସୂଚନା ମିଳିବା ପରେ ଡିଆରଆଇ କନ୍ନୁର ଟିମ ବିମାନବନ୍ଦରରରେ ସୁରଭିଙ୍କ ଉପ‌ରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଏୟାରହଷ୍ଟେସ ଜଣକ ମଳାଶୟରେ ସୁନା ଲୁଚାଇ ରଖିଥିବା ଜଣାପଡ଼ିଥିଲା।

ଏହାପରେ ତାଙ୍କୁ ଗିରଫ କରି ତାଙ୍କ ଠାରୁ ୯୬୦ଗ୍ରାମ ସୁନାକୁ ରାଜସ୍ବ ଗୁଇନ୍ଦା ବିଭାଗ ଜବତ କରିଥିଲା। ଏହାପରେ ସୁରଭିଙ୍କୁ କୋର୍ଟରେ ହାଜର କରି ପୁଲିସ ୧୪ଦିନ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି। ଏଥିସହିତ ଏୟାରହଷ୍ଟେସ ଏହି ସୁନା ‌କେଉଁଠୁ ଆଣି କାହାକୁ ଦେବାକୁ ଯାଉଥି‌ଲେ। ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି। ଏୟାରହଷ୍ଟେସ ଜଣକ ଏହି ଚାଲାଣରେ କେତେଦିନ ହେଲା ସାମିଲ ଅଛନ୍ତି ଆଦି ଦିଗକୁ ନେଇ ପୁଲିସ ଯାଞ୍ଚ କରୁଛି।

ଏୟାରଲାଇନ୍ସ ଚାଳକ ଦଳର କୌଣସି ସଦସ୍ୟ ଗୁପ୍ତାଙ୍ଗରେ ସୁନା ଲୁଚାଇ ଚାଲାଣ କରୁଥିବା ଘଟଣା  ଭାରତରେ ଏହା ପ୍ରଥମ ବୋଲି କୁହାଯାଉଛି। ଏହାପୂର୍ବରୁ ବିମାନବନ୍ଦରରେ ଅନେକ ଯାତ୍ରୀଙ୍କୁ ସୁନା ଚାଲାଣ କରୁଥିବା ସମୟରେ ଗିରଫ କରାଯାଇଛି କିନ୍ତୁ ଏୟାରହଷ୍ଟେସ ସୁନା ଚାଲାଣ କରିବା ହେଉଛି ଏହା ପ୍ରଥମ ମାମଲା।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button