କିଂବଦନ୍ତିଙ୍କୁ ବିଦାୟ – Kalinga News

[ad_1]
ନୂଆଦିଲ୍ଲୀ: କିଂବଦନ୍ତି ଫୁଟବଲର୍ ଫ୍ରାଙ୍କ ବେକନ୍ବର୍ଙ୍କ ୭୮ ବର୍ଷ ବୟସରେ ସୋମବାର ପରଲୋକ ଘଟିଛି। ବେକନ୍ବର୍ ଜଣେ ଖେଳାଳି ଓ ପ୍ରଶିକ୍ଷକ ଭାବେ ଫିଫା ବିଶ୍ବକପ୍ ଜିତିବାରେ ବିଶ୍ବର ୩ ଖେଳାଳିଙ୍କ ମଧ୍ୟରୁ ଜଣେ। ୧୯୬୬, ୧୯୭୦ ଓ ୧୯୭୪ ମସିହା ବିଶ୍ବକପ୍ରେ ସେ ଖେଳିଥିଲା ବେଳେ ପ୍ରଥମ ଅଧିନାୟକ ଭାବେ ଫିଫା ବିଶ୍ବକପ୍ ଟ୍ରଫି ଧରିଥିଲେ। ୧୯୮୬ ଓ ୧୯୯୦ ବିଶ୍ବକପ୍ରେ ସେ ଜର୍ମାନିର ପ୍ରଶିକ୍ଷକ ଦାୟିତ୍ବରେ ରହିଥିଲେ। ୧୮୯୬ ସଂସ୍କରଣ ଫାଇନାଲ୍ରେ ଆର୍ଜେଣ୍ଟିନାଠୁ ପରାସ୍ତ ହୋଇ ଜର୍ମାନି ଉପବିଜେତା ହୋଇଥିଲା। ପରବର୍ତ୍ତୀ ସଂସ୍କରଣ ୧୯୯୦ରେ ଜର୍ମାନି ଏହାର ପ୍ରତିଶୋଧ ନେବା ସହ ଫାଇନାଲ୍ରେ ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ପରାସ୍ତ କରି ବିଶ୍ବକପ୍ ଧରିଥିଲା। ଏହାଫଳରେ ସେବ ବ୍ରାଜିଲ୍ର ମାରିଓ ଜଗାଲୋ ଓ ଫ୍ରାନ୍ସର ଡିଡାଏର ଡେସଚାମ୍ପ୍ସଙ୍କ କୀର୍ତ୍ତିର ସମକକ୍ଷ ହୋଇଥିଲେ। ଏଥିସହିତ ଡେସଚାମ୍ପ୍ସଙ୍କ ପରେ ଦ୍ବିତୀୟ ଅଧିନାୟକ ଓ ପ୍ରଶିକ୍ଷକ ଭାବେ ବିଶ୍ବକପ୍ ବିଜେତା ହୋଇଥିଲେ। ପରେ କ୍ଲବ୍ ସ୍ତରରେ ପ୍ରଶିକ୍ଷକ ଦାୟିତ୍ବରେ ରହିଥିଲେ। ୧୯୯୮ରେ ଜର୍ମାନି ଫୁଟବଲ ସଂଘର ଉପସଭାପତି ଭାବେ ନୂଆ ପାଳି ଆରମ୍ଭ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜର୍ମାନି ପାଇଁ ୧୦୩ ମ୍ୟାଚ୍ ଖେଳିଥିଲା ବେଳେ ୧୪ ଗୋଲ୍ ଦେଇଥିଲେ। କ୍ଲବ୍ ସ୍ତରରେ ବାୟରିନ୍ ମୁନିକ୍ ପାଇଁ ୫୮୪ ମ୍ୟାଚ୍ରୁ ୭୫ ଗୋଲ୍ ଦେଇଛନ୍ତି। ଏହାବାଦ୍ ନ୍ୟୁୟର୍କ କସମସ୍ ପାଇଁ ୧୩୨ମ୍ୟାଚ୍ରୁ ୨୩ ଗୋଲ୍, ହମବର୍ଗର ଏସ୍ଭି ପାଇଁ ୩୮ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ୨୦୧୮ ଓ ୨୦୨୨ ବିଶ୍ବକପ୍ ଆବଣ୍ଟନ କ୍ଷେତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ସହ ତାଙ୍କ ବିରୋଧରେ ୨୦୧୪ରେ ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ ବେକନ୍ବର୍ ତଦନ୍ତରେ ସହଯୋଗ ନକରିବାରୁ ତାଙ୍କୁ ୯୦ ଦିନ ପାଇଁ ବାସନ୍ଦ କରାଯାଇଥିଲା। ହେଲେ ତଦନ୍ତରେ ସହଯୋଗ କରିବାକୁ ରାଜି ହେବାରୁ ବାସନ୍ଦ ଉଠିଥିଲା ଏବଂ ୨୦୧୬ ଫେବ୍ରୁଆରିରେ ତାଙ୍କୁ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଥିଲା। ଦୀର୍ଘ ଦିନ ଧରି ତଦନ୍ତ ଚାଲିବା ପରେ ୨୦୨୧ରେ ଫିଫା ଏହାବୁ ବନ୍ଦ ରଖିଥିଲା।
ବେକନ୍ବର୍ ୩ଥର ବିବାହ କରିଥିଲା ବେଳେ ତାଙ୍କର ୫ ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଷ୍ଟିଫେନ୍ ଜଣେ ପେସାଦାର ଫୁଟବଲର୍ ଭାବେ ଜଣାଶୁଣା। କିନ୍ତୁ ରୋଗାକ୍ରାନ୍ତ ହୋଇ ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ଷ୍ଟିଫେନ୍ଙ୍କ ପୁଅ ଲୁକା ମଧ୍ୟ ଜଣେ ଫୁଟବଲ୍ ଖେଳାଳି। ୨୦୧୬ ଓ ୨୦୧୭ରେ ବେକନ୍ବର୍ଙ୍କ ଦୁଇଥର କାର୍ଡିଆକ୍ ସର୍ଜରି ହୋଇଥିଲା। ୨୦୧୮ରେ ତାଙ୍କର ଗୋଡ଼ ଉପରେ ଏକ କୃତ୍ରିମ ହିପ୍ ଲଗାଯାଇଥିଲା। କିନ୍ତୁ ନିୟମିତ ଭାବେ ସେ ଅସୁସ୍ଥ ରହିବା ପରେ ସୋମବାର ପରଲୋକ ଘଟିଥିଲା।
[ad_2]




