ମନୋରଞ୍ଜନ

ଜାନୁଆରି ୧୩ରେ ଓଲିଉଡ ପୁରସ୍କାର ମହୋତ୍ସବ, ଦୁବାଇରେ ବ୍ୟାପକ ପ୍ରସ୍ତୁତି – Kalinga News

[ad_1]

ଭୁବନେଶ୍ୱର/ଦୁବାଇ: ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଯ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଆୟୋଜିତ ହେବାକୁ ଯାଉଛି। ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୪ ଦୁବାଇ ଭାବରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉଚ୍ଚକୋଟୀର ଚଳଚ୍ଚିତ୍ରର ଭବ୍ୟ ଓ ଦିବ୍ୟ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଜଣାଯାଇଛି।

ଦୁବାଇର ଓଉଦ ମେଠାସ୍ଥିତ ଶେଖ୍ ରସିଦ ପ୍ରେକ୍ଷାଳୟ ଠାରେ ଆସନ୍ତା ଜାନୁଆରି ୧୩ ତାରିଖ ସନ୍ଧ୍ୟା ୫ଟାଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ଵସ୍ତରୀୟ ସାଂସ୍କୃତିକ ଆସରରେ ସଂଯୁକ୍ତ ଆରବ ଏମିରେଟସର ମାନ୍ୟଗଣ୍ୟ ଓଡ଼ିଆ,୧୫୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ଚ୍ଚିତ୍ରତାରକାମାନଙ୍କର ଅସଂଖ୍ୟ ପ୍ରଶଂସକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଲିଉଡର ଏହି ମହାକୁମ୍ଭ ମେଳାରେ ଭାଗ ନେବା ପାଇଁ ଭୁବନେଶ୍ବରରୁ ପ୍ରାୟ ୧୦୫ଜଣ ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଳାକାରମାନେ ଦୁବାଇ ଅଭିମୁଖେ ବିମାନଯୋଗେ ଯାତ୍ରା କରିବେ ବୋଲି ସୂଚନା ମିଳିଛି।ଏହାମଧ୍ୟରେ ଓଡ଼ିଆ ଚ୍ଚିତ୍ର ଦୁନିଆର ମହାରାଜା ଓ ମହାରାଣୀମାନେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ଐତିହାସିକ ଚଳଚ୍ଚିତ୍ର ପର୍ବକୁ କେନ୍ଦ୍ର କରି ଭୁବନେଶ୍ୱର ଠାରୁ ଦୁବାଇ ପର୍ଯ୍ୟନ୍ତ ଆବାଳ ବୃଦ୍ଧବନିତାଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅଦମ୍ୟ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପ୍ରକାଶ ପାଇଥିବା ପ୍ରତୀୟମାନ ହେଉଛି।

ଏହି ପ୍ରଥମ ଆନ୍ତର୍ଜାତିକ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରବାଦ ପୁରୁଷ ଓ ସାଂସଦ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଦୁବାଇ ସ୍ଥିତ ଭାରତୀୟ କନସଲ ଜେନେରାଲ ସତୀଶ ଶିବନ ଓ ଡାନ୍ୟୁବ ଗ୍ରୁପର ଅଧ୍ୟକ୍ଷ ରିଜୱାନ୍ ସାଜନ୍ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହିବେ।

ବିଜେତାମାନଙ୍କୁ ବାଛିବା ପାଇଁ ଗଠିତ ଚୟନ କମିଟିର ସଦସ୍ୟ ଭାବରେ ଡ଼ଃ ରଜନୀ ରଞ୍ଜନ ଓ ପ୍ରଶାନ୍ତ ପାଢ଼ୀ ଅଛନ୍ତି। ପୁରସ୍କାର ଉତ୍ସବ ର ମୁଖ୍ୟ ଆୟୋଜକ ଏବଂ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନର ପ୍ରତିଷ୍ଠାତା ରମେଶ ବାରିକ ଗଣମାଧ୍ୟମ କୁ ସୁଚାଇଛନ୍ତି ଯେ, ଓଡ଼ିଆ ସିନେମା କଳାକାରମାନଙ୍କର ପ୍ରଚୁର ପ୍ରତିଭା ଏଵଂ ଅପ୍ରତିଦ୍ୱନ୍ଦୀ ପାରଦର୍ଶିତା କୁ ଆନ୍ତର୍ଜାତିକ ଦରବାରରେ ପ୍ରଦର୍ଶନ କରିବା ଓ ଏହାକୁ ପ୍ରତିପାଦିତ କରିବା, ଏହି ମହୋତ୍ସବର ପ୍ରଧାନ ଉଦ୍ଦେଶ୍ୟ। ସମାରୋହର ସହଆୟୋଜକ ତଥା ୟୁ.ଏ .ଇ. ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର, ଓଡ଼ିଶାରେ କଳା, ସଂସ୍କୃତି, ପର୍ଯ୍ୟଟନ, ଚଳଚ୍ଚିତ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ନେଇ ରହିଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ବିଦେଶରେ ଜନସଚେତନତା ସୃଷ୍ଟି କରିବା, ତାଙ୍କର ସଂଗଠନ ଓ ଏହି ଉତ୍ସବର ମୁଖ୍ୟ ଲକ୍ଷ ବୋଲି ଦର୍ଶାଇଛନ୍ତି। ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଏବଂ ୱାଲର୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଆ ସିନେମା ଜଗତର ଗୁଣି ପ୍ରତିଭାମାନଙ୍କୁ ଆନ୍ତର୍ଜାତିକ ମଞ୍ଚରେ ସ୍ୱୀକୃତି ଦେବା ଓ ସମ୍ମାନୀତ କରିବା ପାଇଁ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ କର୍ତ୍ତୃପକ୍ଷ ଯେଉଁ ଅନନ୍ୟ ପୂଜ୍ୟପୂଜା ପରମ୍ପରାର ଶୁଭାରମ୍ଭ କରିଛନ୍ତି, ତାହା ଓଡ଼ିଆ ସିନେମାର ଅଭ୍ୟୁଦୟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଦମ୍ଭ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button