ଅପରାଧ

ବିମାନବନ୍ଦରରେ ମିଳିଲା ନାହିଁ ହୁଇଲଚେୟାର, ଚାଲିଚାଲି ଯିବାରୁ ବୃଦ୍ଧଙ୍କ ହେଲା ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ: ମୁମ୍ବାଇ ବିମାନବନ୍ଦରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ଜଣେ ଯାତ୍ରୀଙ୍କୁ ବୁକିଂ ପରେ ବି ହୁଇଲ ଚେୟାର ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।  କାରଣ ହୁଇଲ ଚେୟାର ଅଭାବରୁ ବୃଦ୍ଧ ଯାତ୍ରୀଙ୍କୁ ଇମିଗ୍ରେସନ କାଉଣ୍ଟର ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ପଡ଼ିଥିଲା। ସେଠାରେ ପହଞ୍ଚିବ‌ା ପରେ ଯାତ୍ରୀ ଜଣକ ପଡ଼ିଯାଇଥିଲେ। ଏହି ସମୟରେ ସେ ହୃଦଘାତର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଁ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ସଫେଇ ଦେଇ କହିଛି, ଉକ୍ତ ଯାତ୍ରୀଙ୍କୁ ହୁଇଲ ଚେୟାର ପାଇଁ କୁହାଯାଇଥିଲା। କିନ୍ତୁ ସେ ଆମର କୌଣସି କଥା ଶୁଣି ନଥିଲେ। ଯାହାଫଳରେ ଏଭଳି ଏକ ଅଘଟଣ ଘଟିଯାଇଛି।

ମୁମ୍ବାଇ ବିମାନବନ୍ଦରରେ ହୁଇଲ ଚେୟାର ସହାୟକ ବ୍ୟବସ୍ଥା କିପରି ଅଛି ତାହା ଏହି ଘଟଣାରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ବୃଦ୍ଧ ଦମ୍ପତ୍ତିଙ୍କୁ ବିମାନବନ୍ଦରରେ ପହଞ୍ଚିବ‌ା ପରେ ଗୋଟିଏ ମାତ୍ରା ହୁଇଲଚେୟାର ଦିଆଯାଇଥିଲା। ଏଥିରେ ବୃଦ୍ଧ ସ୍ବାମୀ ନିଜର ସ୍ତ୍ରୀଙ୍କୁ ସେଥିରେ ବସାଇ ନିଜେ ହୁଇଲ ଚେୟାର ପଛ‌ରେ ଚାଲିଚାଲି ଯାଇଥିଲେ।  ପାଖାପାଖି ବିମାନରୁ ୧.୫କିମି ଦୂରରେ ଥିବା ଟର୍ମିନଲରେ ଥିବା ଇମିଗ୍ରେସନ କାଉଣ୍ଟର ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଚାଲିଚାଲି ଯିବାକୁ ପଡ଼ିଥିଲା। ସେଠାରେ ପହଞ୍ଚିବା ପରେ କ୍ଲାନ୍ତ ହୋଇ ମୁଣ୍ଡ ବୁଲାଇ ବୃଦ୍ଧ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନାନାବତୀ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button