ଅପରାଧ

ଦିଲ୍ଲୀ ରାସ୍ତାରେ ‘ଗତି ବେଗ ସୀମା’ ଉଲ୍ଲଂଘନ କରିବାରୁ ୩ ଥର ଜରିମାନା ଦେଲେ କେନ୍ଦ୍ର ପରିବହନ ସଚିବ – Kalinga News

[ad_1]

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ରାସ୍ତାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗାଡ଼ି ‘ଗତି ବେଗ ସୀମା’ ଉଲ୍ଲଂଘନ କରିଥିବା କରିଥିବାରୁ ସଡ଼କ ପରିବହନ ସଚିବଙ୍କ ଉପରେ ୩ ଥର ଜରିମାନା କରାଯାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

କିନ୍ତୁ, କାହିଁକି? ତା’ର କାରଣ ହେଲା ସେ ରାସ୍ତାରେ ଲାଗିଥିବା ‘ଗତି ବେଗ ସଙ୍କେତ’ କ୍ରମଶଃ ଗଛ ଆଢୁଆଳରେ ରହିଯାଇଛି। କେବଳ ଏଇ ଗୋଟିଏ ଘଟଣା ନୁହେଁ, ଅନେକ ‘ଗତି ବେଗ ସଙ୍କେତ’ ଦିଲ୍ଲୀ ରାସ୍ତାର ଗଛବୃଚ୍ଛ ଓ ଖୁଣ୍ଟି ଆଢୁଆଳରେ ରହିଯାଇ ଥିବାରୁ ଗାଡ଼ି ମାଲିକମାନେ ‘ଅପ୍ରତ୍ୟାଶିତ ଚାଲାନ୍‌’ ପାଉଛନ୍ତି। ଏ‌ କ୍ଷେତ୍ରରେ କେନ୍ଦ୍ର ସଡ଼କ ପରିବହନ ସଚିବ ଅନୁରାଗ ଜୈନ୍‌ ବା ବାଦ ପଡ଼ନ୍ତେ କାହିଁକି?

Image Courtesy of Times Now

ସେ କହିଛନ୍ତି, ମାଲିକ କିଏ ‘ସିଷ୍ଟମ୍‌’ (ସ୍ବୟଂକ୍ରିୟ ଗତି ବେଗ ସଙ୍କେତ) ଜାଣି ପାରେ ନାହିଁ ଗାଡ଼ି ମାଲିକ କିଏ। ତେଣୁ, ଦ୍ରୁତ ଗତିରେ ଗାଡ଼ି ଚାଳନା ନିମନ୍ତେ ମୁଁ ୩ ଥର ଜରିମାନା ଦେଇଛି। କିନ୍ତୁ, ମୋ କ୍ଷେତ୍ରରେ ସମସ୍ୟା ଥିଲା ଭିନ୍ନ। ମୁଁ ପୁଲିସକୁ କହିଲି ଯେ, ‘ଗତି ବେଗ ସଙ୍କେତ’ ମୋ ଦୃଷ୍ଟିରେ ପଡ଼ିବା ଉଚିତ। ରାସ୍ତାର ସେ ଖଣ୍ଡକରେ ଗତି ବେଗ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ରଖିବାକୁ ନିର୍ଦେଶ ଥିବା ବ‌େଳେ ମୋର ଗାଡ଼ି ୬୧ କିଲୋମିଟର୍‌ ବେଗରେ ଚାଲୁଥିଲା। କିନ୍ତୁ, ଏଥିପାଇଁ ଚାଲାନ୍‌ କାଟିବା କଥା ନୁହେଁ।

ଶୁକ୍ରବାର ଦିନର ଅନୁଭୂତି ସେୟାର୍‌ କରି ଜୈନ୍‌ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ସମସ୍ତ ଯାତ୍ରୀଙ୍କୁ ସମ ଦୃଷ୍ଟିରେ ଦେଖେ। ତେଣୁ, ଡ୍ରାଇଭର୍‌ଙ୍କ ଦୃଷ୍ଟିରେ ପଡ଼ିବା ଭଳି ସ୍ଥାନରେ ରାସ୍ତା ସଙ୍କେତାବଳୀ ଲଗାଯିବା ଉଚିତ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button