ଖେଳ ଖବର

ଅଲିମ୍ପିକ୍ସ ପଦକ ବିଜେତାଙ୍କ ଉପରେ ଟଙ୍କା ବର୍ଷା କଲେ ହରିୟାଣା ସରକାର, ଜାଣନ୍ତୁ କାହାକୁ ମିଳିଲା କେତେ

ରିୟାଣା ସରକାର ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ସମସ୍ତ ଖେଳାଳିଙ୍କୁ ପୁରସ୍କାର ରାଶି ଦେଇଛନ୍ତି । ମେଡାଲ ଜିତିଥିବା ଖେଳାଳିଙ୍କୁ ଅଧିକ ପୁରସ୍କାର ରାଶି ଦେଇଥିବା ବେଳେ ଯେଉଁମାନେ ପଦକ ହାତେଇ ନାହାନ୍ତି, ସେମାନଙ୍କୁ କମ୍‌ ପୁରସ୍କାର ରାଶି ମିଳିବ । ପୁରସ୍କାର ବାବଦରେ ଅର୍ଥ ଖେଳାଳିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

ମନୁ ଭାକରଙ୍କୁ ହରିୟାଣା ସରକାର ୫ କୋଟି, ନୀରଜ ଚୋପ୍ରାଙ୍କୁ ୪ କୋଟି ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଅଢେଇ କୋଟି ଟଙ୍କା ଧନରାଶି ମିଳିଛି ।

ହରିୟାଣାର ୧୭ ଖେଳାଳି ଯିଏକି କୌଣସି ମେଡାଲ ଜିତିନାହାନ୍ତି, ସେମାନଙ୍କୁ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କା ମିଳିବ । ଏହି ଖେଳାଳିମାନେ ପ୍ୟାରିସ ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପଦକ ଜିତିବା ପାଇଁ ଚେଷ୍ଟା କରିଥିଲେ । ତେଣୁ ଏହି ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ହରିୟାଣା ସରକାର ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ୨୫ ଖେଳାଳିଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରିଛନ୍ତି । ଏଥିରେ ସବୁଠାରୁ ଅଧିକ ଦୁଇଟ ବ୍ରୋଞ୍ଜ ଥିବା ସୁଟର ମନୁ ଭାକରଙ୍କୁ ୫ କୋଟି ଟଙ୍କା ଦିଆଯାଇଛି । ହରିୟାଣା ସରକାର ମନୁ ଭାକରଙ୍କ ଆକାଉଣ୍ଟକୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ଏକମ୍ର ରୌପ୍ୟ ଜିତିଥିବା ନୀରଜଙ୍କୁ ୪ କୋଟି ଟଙ୍କା ପୁରସ୍କାର ବାବଦରେ ଦିଆଯାଇଛି ।

କୁସ୍ତି ଫାଇନାଲରେ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁଁ ଅଯୋଗ୍ୟ ଘୋଷିତ ହୋଇଥିବା ରେସଲର ଭିନେଶ ଫୋଗାଟଙ୍କୁ ୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ହରିୟାଣା ସରକାର । ସେହିପରି ସୁଟିଂରେ ବ୍ରୋଞ୍ଜ ତିଥିବା ସରବଜୋତଙ୍କୁ ୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବ୍ରୋଞ୍ଜ ଜିତିଥିବା ହକି ଟିମର ଖେଳାଳି ଅଭିଷେକ ନୈନ, ସୁମିତ କୁମାର, ସଂଜୟ ସିଂଙ୍କୁ ୨.୫୦ କୋଟି ଟଙ୍କା ଦିଆଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button