‘ସୁକେଶକୁ ମୋ ଠାରୁ ଦୂରେଇ ଦିଅନ୍ତୁ, ସେ ମୋତେ କୌଣସି ମୁହୂର୍ତ୍ତରେ ହତ୍ୟା କରିଦେବ’: ଜ୍ୟାକଲିନ – Kalinga News

[ad_1]
ନୂଆଦିଲ୍ଲୀ :୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଙ୍ଗ ମାମଲାରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପଟିୟାଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆଉ କୋର୍ଟରେ ଗୁହାରି କରି କହିଛନ୍ତି, ‘ମୋତେ ସୁରକ୍ଷା ଆବଶ୍ୟକ। ସୁକେଶ କୌଣସି ମୁହୂର୍ତ୍ତରେ ମୋତେ ହତ୍ୟା କରିଦେବ। ମୋତେ ଏଥିରୁ ରକ୍ଷା କରନ୍ତୁ। ସୁକେଶ ଗଣମାଧ୍ୟମକୁ ପଠାଇଥିବା ଚିଠିରେ ମୋ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲା। ଯଦ୍ବାରା ସମାଜରେ ମୋର ଆତ୍ମସମ୍ମାନ ଉପରେ ପ୍ରଭାବ ପଡ଼ୁଛି। ତେଣୁ ଏହା ଉପରେ ବି ଅଙ୍କୁଶ ଲଗାଯାଉ। ପୁଲିସ ଓ ପ୍ରଶାସନ ମୋର କୌଣସି ଅଭିଯୋଗର ଶୁଣାଣି କରୁନାହାନ୍ତି। ତେଣୁ ମୋର କୋର୍ଟଙ୍କୁ ଅନୁରୋଧ ପୁଲିସ ଓ ଜିଲ୍ଲା ପ୍ରଶାସନଙ୍କୁ ମୋର ଏହି ଅସୁବିଧା ଜଣାଇ ସୁକେଶକୁ ମୋ ଜୀବନରୁ ଦୂରେଇ ଦିଅନ୍ତୁ।’
ସୁକେଶ ଚନ୍ଦ୍ରଶେଖର ଓ ଜ୍ୟାକଲିନଙ୍କ ପ୍ରେମସମ୍ପର୍କ ଅଛୁପା ନାହିଁ। ଇଡ଼ିଙ୍କ କହିବାନୁସାରେ, ‘ସୁକେଶ ଜେଲରେ ରହିବା ସମୟରେ ଜ୍ୟାକଲିନଙ୍କ ପାଖକୁ ୭କୋଟିରୁ ଅଧିକ ଟଙ୍କାର ଉପହାର ପଠାଇଥିଲା। ଏମିତି କି ଚାର୍ଟେଡ ପ୍ଲେନ ପଠାଇ ଜ୍ୟାକଲିନଙ୍କୁ ଭେଟିବାକୁ ଡାକିଥିଲା।’
ତେବେ ଜେଲରେ ଥିବା ସୁକେଶ ଠାରୁ ଜ୍ୟାକଲିନ ଦୂରେଇ ଯାଇଛନ୍ତି। ମହାଠକ ସହିତଜ୍ୟାକଲିନ ଆଉ କୌଣସି ସମ୍ପର୍କ ରଖି ନାହାନ୍ତି କି ଆଗକୁ ରଖିବା ପାଇଁ ଚାହୁଁ ନାହାନ୍ତି।କିନ୍ତୁ ସୁକେଶ ଜେଲରେ ଥାଇ ଜ୍ୟାକଲିନଙ୍କ ପାଖକୁ କ୍ରମାଗତ ଭାବେ ଚିଠି ପଠାଇବାରେ ଲାଗିଛି। ଯାହାକି ଜ୍ୟାକଲିନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।
[ad_2]