ମନୋରଞ୍ଜନ

ଏହି ସିନେମାରୁ ଆରମ୍ଭ ହୋଇଥିଲା ରଣବୀର ଓ ଦୀପିକାଙ୍କ ପ୍ରେମ କାହାଣୀ – Kalinga News

[ad_1]

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ସୁନ୍ଦରତା ଓ ଅଭିନୟର ଜଲୱା ଦେଖାଉଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଜାନୁଆରି ୫ (ଆଜି) ନିଜର ୩୮ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଦୀପିକା କେବଳ ନିଜ ଅଭିନୟକୁ ନେଇ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ରିଲ୍ ଲାଇଫଠୁ ଆରମ୍ଭ କରି ରିଅଲ୍ ଲାଇଫ ପଯ୍ୟନ୍ତ ରଣବୀର ସିଂଙ୍କ ସହିତ ତାଙ୍କ ଯୋଡିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । କିନ୍ତୁ କ’ଣ ଆପଣ ଆପଣ ଜାଣନ୍ତି ରଣବୀର ଓ ଦୀପିକାଙ୍କ ପ୍ରେମ କାହାଣୀ କେଉଁଠୁ ଆରମ୍ଭ ହୋଇଥିଲା ଓ କିଭଳି ତାହା ବାହାଘରରେ ପରିଣତ ହେଲା? ତେବେ ଆସନ୍ତୁ ଜାଣିବା ଦିପୀକା ଓ ରଣବୀରଙ୍କ ଏହି ସୁନ୍ଦର ପ୍ରେମ କାହାଣୀ ବିଷୟରେ ।
୨୦୧୨ରେ ରଣବୀର ଓ ଦୀପିକା ସଂଜୟ ଲୀଲା ବଂଶାଲୀଙ୍କ ଫିଲ୍ମ ‘ରାମଲୀଲା’ ରେ ଏକାଠି କାମ କରିଥିଲେ।  ଏହି ଫିଲ୍ମରେ ଦୁହିଁଙ୍କର ଅନେକ ଅନ୍ତରଙ୍ଗ ଦୃଶ୍ୟ ଥିଲା। ସୁଟିଂ ସମୟରେ ରଣବୀର ଓ ଦୀପିକାଙ୍କୁ କିସିଂ ସିନ୍ ବି କରିବାକୁ ପଡିଥିଲା, ସେହି ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ସଂପର୍କ ବହୁତ ମଜବୁତ ହୋଇଯାଇଥିଲା। ସୁଟିଂ ସମୟ ପରେ ଯେତେବେଳେ ବି ସେମାନଙ୍କୁ ବିରତି ମିଳୁଥିଲା ଦୁହେଁ ପରସ୍ପର ସହିତ ସମୟ ବିତାଇବା, ଏକାଠି ଖାଇବା, ଭ୍ୟାନିଟି ଭ୍ୟାନ୍‌ରେ ଘଣ୍ଟା ଘଣ୍ଟା ସମୟ ବିତାଇବାର କୌଣସି ସୁଯୋଗ ଛାଡିନଥିଲେ। ସେବେଠାରୁ ଦୁହିଁଙ୍କ ଭିତରେ ବନ୍ଧୁତା ବଢିଥିଲା। ପରେ ଫିଲ୍ମ ‘ବାଜିରାଓ ମସ୍ତାନୀ’ ବେଳକୁ ଦୁହିଁଙ୍କ ଭିତରେ ପ୍ରେମ ନିବିଡ଼ ହୋଇଯାଇଥିଲା। ୨୦୧୮ ମସିହା ନଭେମ୍ବର ୧୪ ତାରିଖରେ ରଣବୀର ଓ ଦୀପିକା ଇଟାଲିରେ ବିବାହ କରିଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button