ମନୋରଞ୍ଜନ

ସଲମାନଙ୍କୁ ପୁଣି ଧମକ ; କହିଲେ- ବହୁତ ଖରାପ ହେବ, ଏହା ଆମର ଶେଷ ଚେତନାବନୀ…

ମୁମ୍ଵାଇ ୨୯।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ମହମ୍ମଦ ତାୟବ ନାମକ ଜଣେ ବ୍ୟକ୍ତି ମୁମ୍ବାଇର କଣ୍ଟ୍ରୋଲ ରୁମ ନମ୍ବରକୁ ଏକ ମେସେଜ ପଠାଇଛନ୍ତି। କହିଛନ୍ତି ଯେ ଆମେ ସଲମାନ ଖାନଙ୍କୁ ଛାଡିବୁ ନାହିଁ। ବହୁତ ଖରାପ ହେବ। ଶେଷ ଚେତାବନୀ ଦେଉଛୁ। ଏହି ମାମଲାରେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ୟୁପିର ନୋଏଡା ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ନାମ ମହମ୍ମଦ ତାୟବ। ଯାହାର ବୟସ ୧୮ ବର୍ଷ। ଅଭିଯୁକ୍ତ ବରେଲିର ବାସିନ୍ଦା। କିନ୍ତୁ ଦିଲ୍ଲୀର କର୍ଦମପୁରୀରେ ଥିବା ଦାଦାଙ୍କ ଘରେ ରୁହନ୍ତି ଏବଂ କାଠ କାମ କରନ୍ତି। ମହମ୍ମଦ ତାୟବଙ୍କ ପିତାଙ୍କ ନାମ ମହମ୍ମଦ ତାହିର ଏବଂ ସେ ଟେଲର ଭାବରେ କାର୍ଯ୍ୟ କରନ୍ତି।

ପୋଲିସର ସୂଚନାନୁସାରେ, ନୋଏଡା ସେକ୍ଟର ୯୨ ରେ ଏକ ଘର ନିର୍ମାଣ କରାଯାଉଥିଲା। ଯେଉଁଠାରେ ମହମ୍ମଦ ତାୟବ କାଠ କାମ କରୁଛନ୍ତି। ସେ ପ୍ରତି ମାସରେ ଆଠ ହଜାର ଟଙ୍କା ପାଆନ୍ତି ।ତଦନ୍ତ ପରେ ମୁମ୍ବାଇ ପୋଲିସ ତାୟବଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଥିଲେ ଯେ ସେ ଏହି ବାର୍ତ୍ତା ଥଟ୍ଟା କରି ପଠାଇଛନ୍ତି।

ପୂର୍ବରୁ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିଲେ

ଏହାପୂର୍ବରୁ ସଲମାନ ଖାନ ଏବଂ ଜିଶାନ ସିଦ୍ଦିକିଙ୍କୁ ଧମକ ଦେବାର ଆଉ ଏକ ମାମଲା ରହିଥିଲା ଯେଉଁଥିରେ ଗୁରଫାନ ନାମକ ଜଣେ ଯୁବକ ବାବା ସିଦ୍ଦିକି ଏବଂ ସଲମାନଙ୍କୁ ଧମକ ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ବାନ୍ଦ୍ରା ପୂର୍ବର ଜିଶାନ ସିଦ୍ଦିକିଙ୍କ ଜନସମ୍ପର୍କ କାର୍ଯ୍ୟାଳୟର ଫୋନରେ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଫୋନରେ ବ୍ୟକ୍ତି ଜଣକ ଜିଶାନ ଏବଂ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇ ଟଙ୍କା ମାଗିଥିଲେ। ଅନୁସନ୍ଧାନ ପରେ ପୋଲିସ ନୋଏଡାରୁ ଗୁରଫାନଙ୍କୁ ଗିରଫ କରିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button