ଖେଳ ଖବର

ଡବ୍‌ଲ୍ୟୁଟିସି ତାଲିକା: ଶୀର୍ଷକୁ ଫେରିଲା ଭାରତ – Kalinga News

[ad_1]

ନୂଆଦିଲ୍ଲୀ: ଗୁରୁବାର କେପ୍‌ଟାଉନ୍‌ରେ ଭାରତର ଐତିହାସିକ ବିଜୟ ପରେ ରୋହିତ ଶର୍ମାଙ୍କ ଏହି ଦଳ ବର୍ତ୍ତମାନ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି। ନ୍ୟୁଲାଣ୍ଡ୍ସରେ ପ୍ରଥମ ବିଜୟ ପାଇବା ପରେ ଭାରତୀୟ ଦଳ ୧୨ ପଏଣ୍ଟ୍‌ ହାତେଇଥିଲା। ଏହାହିଁ ଦଳକୁ ୧ ନମ୍ବର ହେବାରେ ସହାୟତା କରିଛି। ପୂର୍ବରୁ ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ ହେବା ଯୋଗୁଁ ପଞ୍ଚମ ସ୍ଥାନକୁ ଖସିଥିଲା। କିନ୍ତୁ ଏଠାରେ ଦକ୍ଷିଣ ଆଫ୍ରିକା ବିଜୟୀ ହେବାରୁ ଡବ୍ଲୁଟିସି ଟେବୁଲ୍‌ ଶୀର୍ଷକୁ ଆସିଯାଇଥିଲା। କିନ୍ତୁ ଗୁରୁବାର ଏହି ଦଳକୁ ହଟାଇ ଭାରତ ପ୍ରଥମ ସ୍ଥାନକୁ ଫେରିଛି। ଏବେ ସୁଦ୍ଧା ଭାରତ ୨ ବିଜୟ, ୧ ପରାଜୟ ଓ ୧ ଅମୀମାଂସିତ ମ୍ୟାଚ୍‌ରୁ ୨୬ ପଏଣ୍ଟ୍‌ ପାଇଥିଲା ବେଳେ ବିଜୟ ପ୍ରତିଶତ ୫୪.୧୬ ‌ରହିଛି। ଯାହାକି ଅନ୍ୟମାନଙ୍କଠୁ ଅଧିକ ହୋଇଛି। ଭାରତ ପଛକୁ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବାଂଲାଦେଶର ବିଜୟ ପ୍ରତିଶତ ୫୦ ପ୍ରତିଶତ ଥିବା ବେଳେ କ୍ରମାନ୍ବୟରେ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button