କାଲିମେଳା: ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ – Kalinga News

[ad_1]
କାଲିମେଳା: କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଜଣା ପଡ଼ିଛି | ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିକିଛି। ସରକାରୀ କ୍ଵାଟର ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବାର ଦେଖିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି। ଅନ୍ୟପଟେ ଏସଡିପିଓ ସଚିନ ପଟେଲ ମେଡିକାଲକୁ ଆସି ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀ ନାଁ କେହି ଦୁର୍ବୃତ୍ତ ଅପହରଣ କରିଛନ୍ତି ସେ ବିଷୟରେ ସଠିକ ସୂଚନା ମିଳିପାରିନାହିଁ । ଘଟଣା ଯୋଗୁଁ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।
[ad_2]