ମନୋରଞ୍ଜନ

‘ଡଙ୍କି ଓ ‘ସାଲାର’ ଏକା ସାଙ୍ଗରେ ରିଲିଜ୍ ହେବାରୁ ୨ଟି ଫିଲ୍ମର ଆୟ ଉପରେ ପ୍ରଭାବ ପଡ଼ିଛି: ରାଜକୁମାର – Kalinga News

[ad_1]

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’ ଓ ‘ସାଲାର’ ଗୋଟାଏ ଦିନରେ ରିଲିଜ୍ ହୋଇଥିଲା। ଦୁଇଟି ବଡ଼ ବଜେଟର ଫିଲ୍ମ ଏକା ସାଙ୍ଗରେ ରିଲିଜ୍ ହେବାରୁ ୨ଟି ଫିଲ୍ମର ଆୟ ଉପରେ ପ୍ରଭାବ ପଡ଼ିଥିବା କହିଛନ୍ତି ଫିଲ୍ମ ‘ଡଙ୍କି’ର ନିର୍ଦ୍ଦେଶକ ରାଜକୁମାର ହିରାନୀ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଜଣେ ପ୍ରଯୋଜକଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଦେଶରେ ସୀମିତ ପରିମାଣର ପ୍ରେକ୍ଷାଳୟ ରହିଛି। ପ୍ରତ୍ୟେକ ଦର୍ଶକଙ୍କ ପାଖରେ ଗୋଟାଏ ପରେ ଗୋଟାଏ କିମ୍ବା ଗୋଟାଏ ଦିନରେ ୨ଟି ଚଳଚ୍ଚିତ୍ର ଦେଖିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥାଇପାରେ। କିଛି ଲୋକ ଅଛନ୍ତି ଯେଉଁମାନେ ଗୋଟାଏ ସପ୍ତାହରେ କିମ୍ବା ଗୋଟାଏ ମାସରେ ଗୋଟିଏ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ତେଣୁ ମୁଁ ନିଶ୍ଚିତ ଯେ କିଛି ସ୍ତରରେ ଏହା ଉଭୟ ଚଳଚ୍ଚିତ୍ରର ଆୟ ଉପରେ ପ୍ରଭାବ ପକାଇଛି।”

ତେବେ ‘ଡଙ୍କି’ର ଆୟ ଦେଖିବାକୁ ଗଲେ ଏହା ବିଶ୍ବ ସ୍ତରରେ ୪୦୦କୋଟି ଏବଂ ଦେଶରେ ପ୍ରାୟ ୨୦୦କୋଟି ଆୟ କରିସାରିଲାଣି। ସେହିଭଳି ‘ସାଲାର’ର ବିଶ୍ବ ବକ୍ସ ଅଫିସ ଆୟ ୬୦୦କୋଟିରେ ପହଞ୍ଚିସାରିଛି। ‘ସାଲାର’କୁ ଦର୍ଶକଙ୍କ ଅଧିକ ଭଲପାଇବା ମିଳୁଥିବା ବେଳେ ‘ଡଙ୍କି’ ମଧ୍ୟ ନିଜର ଦମ ଦେଖାଉଛି। ଦିନକୁ ଦିନ ଉଭୟ ଫିଲ୍ମର ଆୟ ବଢ଼ୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button