ଦେଶ- ବିଦେଶ

କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ବିଜେପିରେ ଯୋଗ ଦେଲେ ଗୌରବ ବଲ୍ଲଭ – Kalinga News

[ad_1]

ନୂଆଦିଲ୍ଲୀ : କଂଗ୍ରେସ ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ ଗୁରୁବାର ଦିନ କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଦଳକୁ ଗୌରବ ବଳ୍ଲଭ ଦିଶାହୀନ ବୋଲି କହିଛନ୍ତି। ବିହାରର ପୂର୍ବତନ କଂଗ୍ରେସ ସଭାପତି ଅନିଲ ଶର୍ମା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ଜାତୀୟ ସାଧାରଣ ସଚିବ ବିନୋଦ ତାୱଦେଙ୍କ ଉପସ୍ଥିତିରେ ଅନିଲ ଶର୍ମା ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ଏକ ଚିଠି ଲେଖି ଗୌରବ ବଲ୍ଲଭ କଂଗ୍ରେସ ଦଳକୁ ଦିଶାହୀନ କହିଛନ୍ତି ଏବଂ ଦଳ ଛାଡ଼ିବାର କାରଣ ମଧ୍ୟ ଦର୍ଶାଇଛନ୍ତି। ସେ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବେନି ବୋଲି କହିଛନ୍ତି। ବଲ୍ଲଭ କହିଛଛନ୍ତି, କଂଗ୍ରେସ ଦଳ ଆଜି ଯେଉଁଭଳି ଭାବେ ଦିଶାହୀନ ହୋଇ ଆଗକୁ ବଢ଼ୁଛି ସେ ମାର୍ଗରେ ମୁଁ ଯାଇପାରିବିନି। ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବିନି । ତେଣୁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦ ସହ ସମସ୍ତ ପଦବିରୁ ମୁଁ ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ବାଚନ ପ୍ରଚାର ପରିଚାଳନା କରୁଥିବା ଗୌରବ ବଲ୍ଳଭ ଅର୍ଥନୈତିକ ପ୍ରସଙ୍ଗ ଉପରେ ମଧ୍ୟ ଦୃଢ଼ ମତ ରଖିପାରନ୍ତି। ୨୦୨୩ରେ ସେ ରାଜସ୍ଥାନର ଉଦୟପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ବିଜେପି ପ୍ରାର୍ଥୀ ଉକ୍ତ ଆସନରେ ୩୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button