ଦେଶ- ବିଦେଶ

ବ୍ରାଜିଲର ରାଷ୍ଟ୍ରପତି PM ମୋଦୀଙ୍କ କଲେ ପ୍ରଶଂସା, କହିଲେ – ହନୁମାନଙ୍କ ଭଳି ସଞ୍ଜିବନୀ ଦେବା ପାଇଁ…

ଭାରତ କରୋନା ଭାଇରସ ଦ୍ଵାରା ସଂକ୍ରମିତ ଥିବା ଆମେରିକା ସମେତ ଅନ୍ୟ କେତେକ ଦେଶର ସାହାର୍ଯ୍ୟ ପାଇଁ ବହୁତ କାମର କୁହାଯାଉଥିବା ଔଷଧର ରପ୍ତାନି ଉପରେ ବ୍ୟାନ ହଟାଇ ଦେଇଛି । ଯେଉଁଥିପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟରେ ଭାରତର ପ୍ରଶଂସା ହେଉଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପରେ ବର୍ତ୍ତମାନ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସାହାର୍ଯ୍ୟ କରୁଥିବା ମେଲେରିଆର ଔଷଧ ହାଇଡ୍ରକ୍ସୀକ୍ଲୋରୋକ୍ୱୀନର ସପ୍ଲାଏ କରିଥିବା କାରଣରୁ ଭାରତକୁ ଧନ୍ୟବାଦ କହିଛନ୍ତି । ଖାସକଥା ଏହା ଅଟେ କି ବ୍ରାଜିଲ ଭାରତ ଦ୍ଵାରା କରାଯାଇଥିବା ସାହାର୍ଯ୍ୟକୁ ରାମାୟଣରେ ହନୁମାନ ଦ୍ଵାରା ଆଣିଥିବା ସଞ୍ଜିବନୀ ବୁଟୀ ସହ ତୁଳନା କରିଛନ୍ତି ।

ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଚିଠିରେ ଭାରତ – ବ୍ରାଜିଲ ମଧ୍ୟରେ ଥିବା ବନ୍ଧୁତା ଓ ଭାରତର ସାହାର୍ଯ୍ୟ କରିବା ବିଷୟରେ ଉଲ୍ଲେଖ କରିଛନ୍ତି ।

ବ୍ରାଜିଲର ରାଷ୍ଟ୍ରପତି ଲେଖିଲେ କି, ‘କରୋନା ଭାଇରସର ମହାମାରୀ ସମୟରେ ଯେଉଁଭଳି ଭାବରେ ଭାରତ ବ୍ରାଜିଲର ସାହାର୍ଯ୍ୟ କରିଛି, ତାହା ବିଲକୁଲ ଏହିଭଳି ଅଟେ ଯେମିତି ରାମାୟଣରେ ହନୁମାନ ରାମଙ୍କ ଭାଇ ଲକ୍ଷ୍ମଣର ଜୀବନ ବଞ୍ଚାଇବା ପାଇଁ ସଞ୍ଜିବନୀ ବୁଟୀ ଆଣିଥିଲେ । “

ଟ୍ରମ୍ଫ ପିଏମ ମୋଦୀଙ୍କୁ କହିଲେ ଭଲ ନେତା ଓ ସାହାର୍ଯ୍ୟକର୍ତ୍ତା

ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବି ଏହି ଔଷଧ ପାଇଁ ଭାରତର ପିଏମ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିସାରିଛନ୍ତି । ଏହା ଉପରେ ଟ୍ରମ୍ଫ କହିଲେ, “ମୁଁ ପିଏମ ମୋଦୀଙ୍କୁ ପଚାରିଲି କି କଣ ସେ ଔଷଧ ଦେବେ ?” ସେ ଭଲ ଅଟନ୍ତି । ସେ ଆମେରିକାର ସାହାର୍ଯ୍ୟ କରିଛନ୍ତି । ଆମେରିକାର ଚ୍ୟାନେଲ ଫକ୍ସ ନ୍ୟୁଜ ସହ କଥାବାର୍ତ୍ତା କରି ଡୋନାଲ୍ଡ ଟ୍ରମ୍ଫ କହିଲେ କି ଭାରତ ନିଜର ଦରକାର ପାଇଁ ହାଇଡ୍ରକ୍ସୀକ୍ଲୋରୋକ୍ୱୀନ ଔଷଧର ରପ୍ତାନି ଉପରେ ରୋକ ଲଗାଇ ଥିଲା, କିନ୍ତୁ ପିଏମ ମୋଦୀ ବହୁତ ଭଲ ଅଟନ୍ତି, ସେ ସାହାର୍ଯ୍ୟ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button