ଆସନ୍ତା କାଲି ମୀନ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ ଦେବ, ଜାଣନ୍ତୁ କାହା ଉପରେ ପଡିବ କି ପ୍ରଭାବ

ସମସ୍ତ ଗ୍ରହର ରାଜା ସୂର୍ଯ୍ୟ ଆସନ୍ତା ମାର୍ଚ୍ଚ ୧୪ରେ ମୀନ ରାଶିରେ ପ୍ରବେଶ କରି ୧୩ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଏହି ରାଶିରେ ସ୍ଥିତ ରହିବେ। ସୂର୍ଯ୍ୟଙ୍କ ଗୋଚରକୁ ମୀନ ସଂକ୍ରାନ୍ତି କୁହାଯାଇଥାଏ। ସୂର୍ଯ୍ୟଙ୍କ ଏହି ଗୋଚରର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିବ। ତେବେ ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡିବ।
ମେଷ: ବିଦେଶ ଯାତ୍ରାର ଯୋଗ ରହିଛି। ଯେଉର୍ ବିଦ୍ୟାର୍ଥୀ ବିଦେଶ ଯାଇ ପଢିବା ପାଇଁ ଚାହୁଁ ଛନ୍ତି ସେମାନଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। ପ୍ରେମ ସମ୍ବନ୍ଧରେ ପରିସ୍ଥିତି ଅନୁକୂଳ ରହିବ। ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଧନ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
ବୃଷ: ଆୟରେ ବୃଦ୍ଧି ହେବ। ଆର୍ଥିକ ଲାଭ ପାଇପାରିବେ। କାର୍ଯକ୍ଷେତ୍ରରେ ଉପଲବ୍ଧି ପାଇପାରିବେ। ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ। ବଡ ଭାଇ-ଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ।
ମିଥୁନ: ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଭଲ ଫଳ ମିଳିବ। ଚାକିରି କ୍ଷେତ୍ରରେ ବୃଦ୍ଧି ହେବ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ଯଶ ଏବଂ ସମ୍ମାନ ବଢିବା ସହ ଆତ୍ମବଳ ବୃଦ୍ଧି ହେବ। ସରକାରୀ ଯୋଜନାର ଲାଭ ପାଇପାରିବେ।
କର୍କଟ: ପିତାଙ୍କ ଶରୀରରେ କିଛି ପ୍ରଭାବ ପଡିପାରେ। ସ୍ୱାସ୍ଥ୍ୟରେ ଅବନତି ଘଟିବ କିନ୍ତୁ ଆପଣଙ୍କ ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆଶା ଥିବା ଫଳ ପ୍ରାପ୍ତି ହେବ। କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।
ସିଂହ: ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗି ରହିବ। ପରିସ୍ଥିତି ଅନୁକୂଳ ରହିବ।
କନ୍ୟା: ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଯିବ। ଜୀବନସାଥୀଙ୍କ ସହ ଝଗଡା ହୋଇପାରେ। ବ୍ୟବସାୟରେ ଭଲ ଫଳ ମିଳିବ।
ତୁଳା: ଆଇନ ମାମଲାରେ ସଫଳତା ହାସଲ କରିବେ। ଆୟ କମ ହେବା ଯୋଗୁ ଖର୍ଚ୍ଚ କମ କରନ୍ତୁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ରଖନ୍ତୁ। ଖାଦ୍ୟ-ପାନୀୟରେ ଗରମ ଜିନିଷ ଠାରୁ ଦୂରେଇ ରୁହନ୍ତୁ।
ବିଛା: କର୍ମ କ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଉଚ୍ଚ ଶିକ୍ଷା ପାଇଁ ପରିସ୍ଥିତି ଅନୁକୂଳ ରହିବ। ପିଲାମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ।
ଧନୁ: ଆପଣଙ୍କୁ ମିଶ୍ରିତ ଫଳ ପ୍ରାପ୍ତି ହେବ। ପାରିବାରିକ ଜୀବନରେ କିଛି ଅଶାନ୍ତି ଦେଖାଦେଇପାରେ। ଆପଣଙ୍କ ପରିବାରରେ ନକାରାତ୍ମକ ପ୍ରଭାବ ପଡିପାରେ।
ମକର: ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ କିନ୍ତୁ ଆପଣଙ୍କ ମନୋବଳେ ଦୃଢ ରହିବ। ବ୍ୟବସାୟ କ୍ଷେତ୍ରରେ ଆପଣ ରିକ୍ସ୍ ସେନବା ସହ ଆଗକୁ ବଢିବା ପାଇଁ ପ୍ରୟାସ ଜାରି ରଖିବେ।
କୁମ୍ଭ: ଆପଣଙ୍କ ଜୀବନସାଥୀ ସହ ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ କିଛି ସମସ୍ୟା ଦେଖାଯାଇପାରେ।
ମୀନ: ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଏହିକାରଣରୁ ଖାଦ୍ୟ-ପାନୀୟରେ ଧ୍ୟାନ ଦେବା ସହ ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ଏବଂ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ।




