ଦେଶ- ବିଦେଶ
ଛତିଶଗଡ଼ରେ ମାଓବାଦୀଙ୍କ ସହ ଗୁଳି ବିନିମୟ , ୩ ଯବାନ ସହିଦ, ୧୪ ଆହତ – Kalinga News

[ad_1]
ନୂଆଦିଲ୍ଲୀ : ଛତିଶଗଡ଼ ସୀମାର ଟେକାଲଗୁଡ଼ିଆନ ଗ୍ରାମରେ ଆଜି ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇ ୩ ଯବାନ ସହିଦ ହୋଇଛନ୍ତି ଏବଂ ୧୪ ଜଣ ଆହତ ହୋଇଛନ୍ତି। ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାପାଇଁ ସୁରକ୍ଷାବାହିନୀ ଦ୍ବାରା ଏକ ଶିବିର ପ୍ରତିଷ୍ଠା ହୋଇଥିଲା। ସିଆରପିଏଫ୍, କୋବ୍ରା, ଡିଆରଜି ଏବଂ ସ୍ବତନ୍ତ୍ର ଟାସ୍କ ଫୋର୍ସର ଯବାନମାନେ ଜୋନାଗୁଡ଼ା-ଆଲିଗୁଡ଼ା ଅଞ୍ଚଳ ପାଟ୍ରୋଲ କରୁଥିବାବେଳେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ମାଓବାଦୀଙ୍କ ସହ ଗୁଳି ବିନିମୟରେ ୩ ଯବାନ ସହିଦ ହୋଇଛନ୍ତି ଏବଂ ୧୪ ଜଣ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ପାଲଟା ଜବାବ ଦେବା ଫଳରେ ମାଓବାଦୀମାନେ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ। ଆହତ ଯବାନ ମାନଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।
[ad_2]




