ଦେଶ- ବିଦେଶ

ଲୋକସଭା ନିର୍ବାଚନ ଲାଗି ଆଜି ଯାଞ୍ଚ ହେବ ପ୍ରାର୍ଥୀପତ୍ର; ମାର୍ଚ୍ଚ ୩୦ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ

ସାଧାରଣ ନିର୍ବାଚନ ପାଇଁ ସରିଛି ତାରିଖ ଘୋଷଣା । ଏପ୍ରିଲ ୧୯ ରୁ ବିଭିନ୍ନ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଏବଂ ୪ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଆରମ୍ଭ ହେବ । ଏନେଇ ସାରିଛି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀନାମାଙ୍କନ ଦାଖଲ । ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ ନୋମିନେସେନ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହୋଇଛି ।

ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ଆଜି ଲୋକସଭା ନିର୍ବାଚନ ଲାଗି ଯାଞ୍ଚ ହେବ ପ୍ରାର୍ଥୀପତ୍ର । ଏହି ପର୍ଯ୍ୟାୟରେ ୨୧ ରାଜ୍ଯର ମୋଟ ୧୦୨ ଲୋକସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଯେଉଁଥିରେ ଆସାମ, ବିହାର, ଛତିଶଗଡ଼, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, ଜାମ୍ମୁ ଓ କାଶ୍ମୀର, ଲାକ୍ଷାଦ୍ବୀପ ଓ ପୁଡୁଚେରୀ ଆଦି ରାଜ୍ୟର ନା ରହିଛି | ଆଜି ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି। ଏହି ସବୁ ଆସନରେ ଆସନ୍ତା ଏପ୍ରିଲ ୧୯ରେ ଭୋଟ ହେବ। ସେପଟେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ଜାରି ହେବ ବିଜ୍ଞପ୍ତି। ୧୩ ରାଜ୍ଯର ୮୯ ଆସନ ଲାଗି ଏହି ବିଜ୍ଞପ୍ତି ଜାରି କରାଯିବ । ଏହି ସବୁ ଆସନ ପାଇଁ ଏପ୍ରିଲ ୪ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ ଏପ୍ରିଲ ୫ରେ ହେବ ଯାଞ୍ଚ। ଏହାପରେ ଏପ୍ରିଲ ୨୬ରେ ହେବ ଭୋଟ।

ଦେଶରେ ୧୯ ଏପ୍ରିଲରେ ଭୋଟ ହୋଇ ୪ଜୁନରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ନିର୍ବାଚନ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୬ରେ ହେବାବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭,ମେ ୧୩ରେ ଚତୁର୍ଥ, ମେ ୨୦ରେ ପଞ୍ଚମ, ମେ ୨୫ରେ ଷଷ୍ଠ ଓ ଜୁନ ୧ରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ଶେଷ ୪ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button